Only for Entertainment

ଟ୍ୱିଟ କରି ଅମିତାଭ କହିଲେ- ଦୟାକରି ରିଲିଜ କରନ୍ତୁ ମୋର ଏହି ଫିଲ୍ମ

Amar Ujala
0 141

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ପରି ବରିଷ୍ଠ କଳାକାରମାନଙ୍କର ଫିଲ୍ମ ଅଟକି ରହିଥାଏ । ତାଙ୍କୁ ମଧ୍ୟ ଫିଲ୍ମ ରିଲିଜକୁ ଅପେକ୍ଷା କରିବାକୁ ପଡିଥାଏ । ଏବଂ ରିଲିଜ ପାଇଁ ଗୁହାରୀ ମଧ୍ୟ କରିବାକୁ ପଡିଥାଏ । ଏହାକୁ ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନା, କିନ୍ତୁ ଏହା ବାସ୍ତବରେ ସତ । ବିଗ ବିଙ୍କ ଫିଲ୍ମ ‘ସୁବାଇଟ’ ଗତ ବର୍ଷରୁ ଅଟକି ରହିଛି । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସୁଜିତ ସରକାର । ବର୍ତ୍ତମାନ ଏହି ଫିଲ୍ମକୁ ରିଲିଜ କରିବା ପାଇଁ ବିଗ ବି ସୋଲିଆଲ ମିଡିଆ ମାଧ୍ୟମରେ ଦାବି କରିଛନ୍ତି ।


ଖବର ଅନୁସାରେ ଫିଲ୍ମଟି ପରସେଷ୍ଟ ପିକଚର କମ୍ପାନୀ ଏବଂ ୟୁଟିଭି ମଧ୍ୟରେ ଉଠିଥିବା ବିବାଦ କାରଣରୁ ଅଟକି ରହିଛି । ଏହାକୁ ରିଲିଜ କରିବା ପାଇଁ ବିଗ ବି ଟୁଇଟ କରି ଲେଖିଥିଲେ, ‘ପ୍ଲିଜ… ପ୍ଲିଜ… ପ୍ଲିଜ… ୟୁଟିଭି ଏବଂ ଡିଜନି ଯାହା ପାଖରେ ଅଛି ଏହି ଫିଲ୍ମକୁ ରିଲିଜ କରନ୍ତୁ । କ୍ରିଏଟିଭିଟିକୁ ମାରନ୍ତୁ ନାହିଁ । ’

ସୂଚନା ଅନୁସାରେ ପରସେଷ୍ଟ ପିକଚରର୍ସ ଦ୍ୱାରା ରଲିଜ ନହେବାରୁ ଏହି ଫିଲ୍ମ ୟୁଟିଭି ପାଖକୁ ଯାଇଥିଲା । ପରସେଷ୍ଟ ପିକଚରର୍ସ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଦାବି କରିବା ସହିତ ୟୁଟିଭି ବିରୋଧରେ ମକଦ୍ଦମା ମଧ୍ୟ ଦାୟର କରିଥିଲେ । ଏହି ମାସଲାକୁ ନେଇ ଅନେକ ବିବାଦ ଦେଖାଦେବା ପରେ ସୁଜିତ ୟୁଟିଭିକୁ ଦେଷୀ ମାନିଥିଲେ ।
ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହିତ ସାରିକା, ଦିୟା ମିର୍ଜା, ଏମି ଜ୍ୟାକସନ ଏବଂ ନବାଜୁଦ୍ଦିନ ସିଦ୍ଦିକୀଙ୍କ ପରି କଳାକାର ସାମିଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More