Only for Entertainment

ଏହି ଅଭିନେତାଙ୍କୁ ୬ଥର ବ୍ୟାନ କରିଥିଲେ ପ୍ରଯୋଜକ,କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

youtube
0 60

ପ୍ରକାଶ ରାଜ ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଯିଏ ବଲିଉଡ ଏବଂ ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ଏକ ସୁନ୍ଦର ତାଳମେଳ ରଖି ପାରିଛନ୍ତି । ସେ ବଲିଉଡରେ ନିଜର ନେଗେଟିଭ ରୋଲ ପାଇଁ ଦର୍ଶକଙ୍କର ପ୍ରଥମ ପସନ୍ଦ ମଧ୍ୟ ହୋଇ ପାରିଛନ୍ତି । ୧୯୬୫ ମାର୍ଚ୍ଚ ୨୬ରେ ବାଙ୍ଗାଲୁରରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରକୃତ ନାମ ହେଉଛିତ ପ୍ରକାଶ ରାୟ । ସେ ତାମିଲ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ପ୍ରଯୋଜକଙ୍କ କହିବା ଅନୁସାରେ ସେ ତାଙ୍କର ସରନେମ ପରିବର୍ତ୍ତନ କରିଥିଲେ ।

prakash raj family

ପ୍ରକାଶ ୫ ଥର ନେସନାଲ ଆୱାର୍ଡ଼ ମଧ୍ୟ ହାସଲ କରିଛନ୍ତି । ବଲିଉଡରେ ସେ ସିଙ୍ଘମ, ୱାଂଟେଡ, ଦବଙ୍ଗ ଏବଂ ଜଂଜିର ଭଳି ଫିଲ୍ମ ଫିଲ୍ମରେ ମୁଖ୍ୟ ନେଗେଟିଭ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନେତା ହେବା ସହିତ ସେ ଜଣେ ନିର୍ଦ୍ଦେଶକ ମଧ୍ୟ । ସେ ତାମିଲ,ତେଲୁଗୁ ଏବଂ କନ୍ନଡ଼ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ଭାଷା ମଧ୍ୟ ଜାଣିଛନ୍ତି । ସେ ମଲୟାଲାମ ମଧ୍ୟ କହିପାରନ୍ତି । ଫିଲ୍ମ ବ୍ୟତୀତ ସେ ଥିଏଟର ପ୍ରେମୀ ମଧ୍ୟ । ପ୍ରକାଶ ପ୍ରାୟ ୨୦୦୦ ନାଟକରେ ଅଭିନୟ କରିଛନ୍ତି ।

ଦମଦାର ଅଭିନୟ ବ୍ୟତୀତ ପ୍ରକାଶ ତାଙ୍କର କ୍ରୋଧକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏହି କାରଣରୁ ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରଯୋଜକ ତାଙ୍କୁ ୬ ଥର ବ୍ୟାନ କରି ସାରିଛନ୍ତି । ତେଲୁଗୁ ଇଣ୍ଡଷ୍ଟ୍ରିର ସୂଚନା ଅନୁସାରେ ପ୍ରକାଶଙ୍କ ଉପରେ ଲଗା ଯାଇଥିବା ବ୍ୟାନ ପଛରେ ଅଭିନେତା ଏବଂ ପ୍ରଜୋଯକଙ୍କ ଷଡ଼ଯନ୍ତ୍ର ଲୁଚି ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More