Only for Entertainment

ଫିଲ୍ମ ଠାରୁ ଦୂରରେ ଲଗଜରୀ ଲାଇଫ ବଂଚୁଛନ୍ତି ଅମୃତା ରାଓ । ୭ ବର୍ଷ ଡେଟ କରିବା ପରେ… ।

bollywood tadka
30

ବଲିଉଡ ଅଭିନେତ୍ରୀ ଅମୃତା ରାଓ ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି । ୭ ଜୁନ ୧୯୮୧ରେ ଅମୃତା ମୁମ୍ବାଇରେ ଜନ୍ମ ହୋଇଥିଲେ । ଜଣେ ମଡେଲ ଭାବରେ ସେ କ୍ୟାରିଅର ଆରମ୍ଭ କରିଥିଲେ । କଲେଜରେ ପଢୁଥିବା ସମୟରେ ତାଙ୍କୁ ଏକ କ୍ରିମ ପ୍ରଚାରର ବିଜ୍ଞାପନ ପାଇଁ ଚୟନ କରାଯାଇଥିଲା । ଯାହାପରେ ପ୍ରାୟ ଦେଢ ବର୍ଷରେ ସେ ୩୫ରୁ ଅଧିକ ଆଡ଼ ଫିଲ୍ମରେ କାମ କଲେ ।
୨୦୦୨ରେ ‘ଅବ କେ ବରସ’ରେ ସେ ବଲିଉଡରେ ଡେବ୍ୟୁ କଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ନଜର ଆସିଲେ, କିନ୍ତୁ ଶାହିଦଙ୍କ ସହିତ ଫିଲ୍ମ ବିବାହରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରାଗଲା । ଏହା ବ୍ୟତୀତ ଟଲିଉଡରେ ମଧ୍ୟ ଖୁବ ସାରା ଫିଲ୍ମ କରିଛନ୍ତି ଅମୃତା ।

ଇଂଟିମେଟ ସିନ କରିବାକୁ ଅମୃତା ଚାହାଁନ୍ତି ନାହିଁ । ଯେଉଁ କାରଣରୁ ସେ କେତେକ ଫିଲ୍ମକୁ ମନା କରି ଦେଇଛନ୍ତି । ଜଣେ ସିଧାସାଧା ଝିଅ ଭାବରେ ପରଦାରେ ନଜର ଆସିବାକୁ ସେ ପସନ୍ଦ କରନ୍ତି । ୟଶ ରାଜ ଫିଲ୍ମସରୁ ଏକ ଅଫର ପାଇଥିଲେ ଅମୃତା, କିନ୍ତୁ ରଣବୀର କପୂରଙ୍କୁ କିସ କରିବାର ଥିଲା, ଯେଉଁ କାରଣରୁ ତାହାକୁ ମଧ୍ୟ ସେ ମନା କରି ଦେଇଥିଲେ । ଏହାପରେ ସଲମାନଙ୍କ ଭଉଣୀ ଚରିତ୍ର ପାଇଁ ‘ପ୍ରେମ ରତନ ଧନ ପାୟୋ’ରେ ଅଫର ଦିଆଯାଇଥିଲା, କିନ୍ତୁ ସେ ମନା କରି ଦେଇଥିଲେ ।

ବଏଫ୍ରେଣ୍ଡ ଆରଜେ ଅନମୋଲକୁ ୭ ବର୍ଷ ଡେଟ କରିବା ପରେ ସେ ବିବାହ କରିଥିଲେ । ତେବେ ଫିଲ୍ମ ଠାରୁ ଦୂରରେ ଥିଲେ ମଧ୍ୟ ଅମୃତାଙ୍କ ନାମ ଧନୀ ଅଭିନେତ୍ରୀ ମାନଙ୍କ ନାମ ମଧ୍ୟରେ ଗଣନା କରାଯାଏ । ବର୍ଷକୁ ୨୦ ମିଲିଅନ ଡଲାର ରୋଜଗାର କରନ୍ତି ଅମୃତା । ଫିଲ୍ମ ଛାଡ଼ି ଅମୃତା କେତେକ ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More