Only for Entertainment

ପୁଣେ ପୋଲିସ ଉପରେ ଚଢିଲା ‘ସୁପର ୩୦’ର ଯାଦୁ । ଦେଖନ୍ତୁ ମଜାଦାର ଟ୍ୱିଟ ।

29

ହ୍ରିତିକ ରୋଶନଙ୍କ ଅପକମିଂ ସିନେମା ‘ସୁପର ୩୦’ର ଟ୍ରେଲର ଆସି ସାରିଛି। ଦୁଇ ମିନିଟ୍‌ର ଏହି ଟ୍ରେଲରକୁ ଦେଖି ଲୋକେ ଓ ବହୁ ବଲିଉଡ୍‌ ସେଲିବ୍ରିଟି ସୋସିଆଲ ମିଡିଆରେ ସିନେ ନିର୍ମାତା ଓ ହ୍ରିତିକ ରୋଶନଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି।

ଏହି ଟ୍ରେଲର ପୁନେ ପୁଲିସକୁ ମଧ୍ୟ ପ୍ରଭାବିତ କରିଛି। ପୁନେ ପୁଲିସ ଟ୍ରେଲରରେ ଥିବା  ହ୍ରିତିକଙ୍କ ଏକ ଡାଏଲଗ୍‌ (ଇତନା ଗଲତ କୈସେ ହୋ ସକତା ହୈ ଭାଇ) ସହିତ ଫଟୋ ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛି । ଏହି ଫଟୋର କ୍ୟାପସନ୍‌ରେ ଲେଖାଯାଇଛି କି, ଯେତେବେଳେ ଆମେ ଦୁଇଚକିଆ ଯାନରେ ତିନିଜଣଙ୍କୁ ବସାଇ ପାରନ୍ତି, ସେତେବେଳେ ହେଲମେଟ ବି ଲଗାଇ ନ ଥାଆନ୍ତି ଓ ଚାଳକ ଭୁଲ ଦିଗରେ ଗାଡ଼ି ଚଳାଇ ଥାଆନ୍ତି।

 

ପୁନେ ପୁଲିସର ଏହି ଟୁଇଟ ହ୍ରିତିକ ରୋଶନଙ୍କ ସହିତ ଅନ୍ୟ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ହ୍ରିତିକ ଏହି କ୍ରିଏଟିଭିଟିକୁ ପ୍ରଶଂସା କରିବା ସହିତ ଏହାର ଜବାବ ଦେଇ ‘ହା ହା ହା’ ଲେଖିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More