Only for Entertainment

ଫରାହ ଖାନଙ୍କ ଆଗାମୀ ଫିଲ୍ମରେ ଅନନ୍ୟା ପାଣ୍ଡେଙ୍କ ଏଣ୍ଟ୍ରି! ଅଭିନେତ୍ରୀ କଲେ ଖୁଲାସା

DNA India
15

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଅଭିନେତ୍ରୀ ଖୁବ କମ ସମୟରେ ବଲିଉଡହରେ ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି । ଅନନ୍ୟା ଖୁବ ଶୀଘ୍ର ଫିଲ୍ମ ‘ପତି ପତ୍ନୀ ଔର ୱ’ରେ ନଜର ଆସିବେ ।

ନିକଟରେ ଅନନ୍ୟା ନିଜର କୋ-ଷ୍ଟାର କାର୍ତ୍ତିକ ଆର୍ୟନ, ଭୂମି ପେଡନେକର ଏବଂ ନିର୍ଦ୍ଦେଶିକା ଫରହା ଖାନଙ୍କ ସହିତ ଫଟୋ ସେୟାର କରିଥିଲେ । ଖାସ କଥା ହେଉଛି କି ଏହି ଫଟୋ କ୍ୟାପସନରେ ଅନନ୍ୟା ଲେଖିଥିଲେ, ‘ଆମେ ଆପଣଙ୍କୁ ବହୁତ ଭଲପାଉ’, ମୋର ଆଗାମୀ ନିର୍ଦ୍ଦେଶକ ।’

ଖବର ଅନୁସାରେ ଫରାହ ଖାନଙ୍କ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଅଭିନେତା ହ୍ରିତିକ ରୋଶନଙ୍କ ସହିତ ଅନୁଷ୍କା ଶର୍ମା ଲିଡ ରୋଲରେ ନଜର ଆସିବେ । କିନ୍ତୁ ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଅନନ୍ୟାଙ୍କର ମଧ୍ୟ ଏଣ୍ଟ୍ରି ହୋଇପାରେ ।

କହିରଖୁଛୁ ଯେ, ଅନନ୍ୟାଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱ’ ୧୯୭୮ରେ ରିଲିଜ ହୋଇଥିବା ଫିଲ୍ମର ଅଫିସିଆଲ ରିମେକ । ଫିଲ୍ମ ୬ ଡିସେମ୍ବରରେ ପରଦାକୁ ଆସିବ । ଏହା ବ୍ୟତିତ ଅନନ୍ୟା ଇଶାନ ଖଟ୍ଟରଙ୍କ ସହିତ ଫିଲ୍ମ ‘ଖାଲୀ ପୀଲି’ରେ ନଜର ଆସିବେ । ଫିଲ୍ମ ୨୦ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More