Only for Entertainment

ଅନୁପମ ଖେର ଜିତିଲେ ସମସ୍ତଙ୍କ ହୃଦୟ , ଗରିବ ଛୁଆଙ୍କ ପାଇଁ କଲେ ଏହି କାମ, ଭିଡିଓ ଭାଇରାଲ !

22

ବଲିଉଡ ଅଭିନେତା ଖେର ଏଭଳି ଏକ ଭଲ କାମ କରିଛନ୍ତି ଯାହାର ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ଅଭିନେତା କିଛି ଗରିବ ପିଲାଙ୍କୁ ଏକ ପଂଚ ତାରକା ହୋଟେଲରେ ଖୁଆଇଛନ୍ତି । ଏହି ଅନୁଭବକୁ ନିଜେ କଳାକାର ନିଜ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଛନ୍ତି ।

ସମସ୍ତ ପିଲାମାନଙ୍କୁ ଅନୁପମ ଖେର ନିଜ କାରରେ ହୋଟେଲ ନେଇ ଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ଅନୁପମ ଖେର ନିଜ ଅକାଉଂଟରେ ଶେୟାର କରି ଲେଖିଛନ୍ତି ଯେ ସେ ମର୍ଣ୍ଣି ୱାକ ବନ୍ଧୁ ମାନଙ୍କୁ ନେଇ ହୋଟେଲ ଖାଇବା ପାଇଁ ନେଇ ଯାଇଥିଲେ । ଏହାସହ ସେ ଲେଖିଛନ୍ତି ଯେ ଏଳାସାଙ୍ଗେ ସେମାନେ ହସିଲେ ଗୀତ ଗାଇଲେ ଏବଂ ଖାଇଲେ । କିନ୍ତୁ ଯେତେବେଳେ ବିଲ୍ ଆସିଥିଲା ସେମାନଙ୍କ ମଧ୍ୟରୁ ଜଣେ କହିଲା ଅଙ୍କଲ, ବିଲ ଜ୍ୟାଦା ତୋ ନହିଁ ଆୟା? ଏହି କଥା ଜଣେ ଏଭଳି ପିଲା କହିଥିଲା ଯିଏ ମୁମ୍ବାଇର ରାଜରାସ୍ତାରେ ଶୋଉଛି ବୋଲି ଲେଖିଛନ୍ତି ଅନୁପମ ଖେର ।

ଭିଡିଓରେ ଆପଣ ଦେଖି ପାରୁଥିବେ ଅନୁପମ ହୋଟେଲକର୍ମୀଙ୍କୁ ଆଉ ୭ଜଣ ପିଲାଙ୍କ ପାଇଁ ଖାଦ୍ୟ ଆଣିବାକୁ କହିଥିଲେ । ଏହାସହ ଭିଡିଓ ବନାଉଥିବା ବ୍ୟକ୍ତିଙ୍କୁ ଅନୁପମ କହିଛନ୍ତି ଯେ ଖାଇଲା ସମୟରେ ଭିଡିଓ ନ ବନାଇବାକୁ ।
ଅନୁପମଙ୍କ ଏହି ଭଲ କମ ଅଭିନେତା ରାହୁଲ ଦେବଙ୍କୁ ଖୁବ ପସନ୍ଦ ଆସିଛି, ଯାହାକୁ ସେ ଖୁବ ପ୍ରଶଂସା କରିଛନ୍ତି । ଏହାସହ ଆହୁରୀ ମଧ୍ୟ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More