ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଟାଇଟେଲ ସଂଗୀତ ପରିବେଷଣ କରିବେ ଏ.ଆର ରେହେମାନ ।
ପୁରୁଷ ହକି ବିଶ୍ୱକପ ଉଦ୍-ଘାଟନୀ ସଂଗୀତ ଗାଇବେ ଓସ୍କାର ବିଜେତା ଏ.ଆର ରେହେମାନ । ଆସନ୍ତା ନଭେମ୍ବର ୨୮ ତାରିଖରେ ହେବାକୁଥିବା ପୁରୁଷ ହକି ବିଶ୍ୱକପର ଉଦ୍-ଘାଟନୀ ଅବସରରେ ସଙ୍ଗୀତ ପରିବେଷଣ କରିବେ ରେହେମାନ । ସୁଚନା ମୁତାବକ ପ୍ରଖ୍ୟାତ ଗିତିକାର ଗୁଲଜାରଙ୍କ ସହ ମିଶି ଏହି ପୁରୁଷ ହକି ବିଶ୍ୱକପର ଅଫିସିଆଲ ବା ଟାଇଟେଲ ସଂଗୀତକୁ ପ୍ରସ୍ତୁତ କରିଥିବା ଜଣାପଡିଛି । ତେବେ ନିଜର ସଂଗୀତର ଯାଦୁରେ ଦୁଇ ଦୁଇ ଥର ଓସ୍କାର ବିଜେତା ଏ.ଆର ରେହେମାନଙ୍କ ଓଡିଶାରେ ପ୍ରଥମ ଲାଇଭ ପରଫରମାନ୍ସକୁ ନେଇ ରାଜ୍ୟବାସୀଙ୍କ ସହ ହକିପ୍ରେମୀ ଉତ୍ସାହିତ ଅଛନ୍ତି ।
Delighted to announce that India’s pride @arrahman is creating official #HWC2018 Song with the legendary #Gulzar Sahab. At the Opening Ceremony of #HWC2018 Rahman will perform it Live, his first performance in Odisha. Let the musical symphony create magic#HeartBeatsForHockey pic.twitter.com/tt1Khwa5UG
— Naveen Patnaik (@Naveen_Odisha) September 21, 2018
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନିଜର ପ୍ରଥମ ଲାଇଭ ପରଫରମାନ୍ସ କରିବେ ଏହି ସଙ୍ଗୀତ ଯାଦୁଗର ଏ.ଆର ରେହେମାନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ଜରିଆରେ ହକିପ୍ରେମୀଙ୍କୁ ଜଣାଇଛନ୍ତି । ସ୍ଲମଡଗ୍ ମିଲିଏନର ‘ଜୟ ହୋ’ ସଂଗୀତ ଆଜିବି ଶୁଣିଲା ମାତ୍ରେ ଲୋକମାନଙ୍କ ମନରେ ଏକ ଉର୍ଜା ଶ୍ରୀହରଣ ହେଉଛି । ତେବେ ସେହିଭଳି କିଛି ସଂଗୀତ ପୁରୁଷ ବିଶ୍ୱକପ ଉଦ୍-ଘାଟନୀ ଅବସରରେ ପରିବେଷଣ କରିବେ ସଂଗୀତ ଯାଦୁଗର ଏ.ଆର ରେହେମାନ ବୋଲି ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।