Only for Entertainment

ହଲିଉଡରେ କମାଲ ଦେଖାଇବେ ଟାଇଗର ଶ୍ରଫ, ମିଳିଲା ବଡ ଅଫର ।

Hindustan Times
0 26

ବଲିଉଡ଼ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ନିଜ ଯାଦୁ ହଲିଉଡ଼ରେ ଦେଖାଇବା ପାଇଁ ପୁରା ପ୍ରସ୍ତୁତ । ୨୮ ବର୍ଷୀୟ ଟଇଗରଙ୍କ ମାର୍ସିଆଲ ଆର୍କ୍ଟ ହଲିଉଡ଼ର ଜଣାଶୁଣା ପ୍ରଯୋଜକ ଲରେନ୍ସ କେସନୋଫଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥିପାଇଁ ନିକଟରେ ସେ ମୁମ୍ବାଇ ଆସି ତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହୋଇଥିବା ଜଣା ପଡିଛି ।

ପୂର୍ବରୁ ମଧ୍ୟ ଟାଇଗର ମୁମ୍ବାଇର ସୁବରବନ ହୋଟେଲରେ ତାଙ୍କୁ ବହୁଥର ଭେଟିଥିଲେ । ବଲିଉଡ଼ ଅଭିନେତା ଗୁଲସନ ଗ୍ରୋଭରଙ୍କ ପୁଅ ସଞ୍ଜୟ ଗ୍ରୋଭରଙ୍କ ମାଧ୍ୟମରେ ଉଭୟ ପୂର୍ବରୁ ସାକ୍ଷାତ କରିଥିଲେ । ଲରେନ୍ସଙ୍କ ଏହି ନୂଆ ପ୍ରୋଜେକ୍ଟ ପାଇଁ ସଞ୍ଜୟ ହିଁ ଟାଇଗରଙ୍କ ନାଁ ସୁପାରିଶ କରିଥିଲେ । ଲରେନ୍ସ କେସନୋଫ ୨୫୦ରୁ ଅଧିକ ଫିଲ୍ମ ପ୍ରଯୋଜିତ କରିଥିବାବେଳେ ଷ୍ଟୁଡିଓ ମୁଖ୍ୟ ଭାବେ କାମ ମଧ୍ୟ କରିଛନ୍ତି । ଏଥିମଧ୍ୟରୁ ଓସ୍କାର ପୁରସ୍କାରପ୍ରାପ୍ତ ଫିଲ୍ମ ‘ପ୍ଲାଟୁନ’ ମଧ୍ୟ ରହିଛି ।

ଏହି ଫିଲ୍ମରେ ଟାଇଗରଙ୍କ ସହିତ ଜ୍ୟାକି ଚାନ, ଚୁକ ନୋରିଜ ପ୍ରମୁଖ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ ଏବେ ଟାଇଗର ଫିଲ୍ମ ‘ରାମ୍ବୋ’ ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More