Only for Entertainment

ଅର୍ଜୁନ ଏବଂ ମଲାଇକାଙ୍କ ସଂପର୍କକୁ ନେଇ ମୁହଁ ଖୋଲିଲେ ଅରବାଜ ଖାନ ।

bollywood tadka
55

ଅର୍ଜୁନ ଏବଂ ମଲାଇକାଙ୍କ ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି । କୁହାଯାଉଛି ଏହି ଦୁଇ ଯୋଡ଼ି ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମଲାଇକା ଅର୍ଜୁନଙ୍କ ଠାରୁ ୧୨ ବର୍ଷ ବଡ଼ ଏବଂ ତାଙ୍କର ୧୫ ବର୍ଷର ଏକ ପୁଅ ମଧ୍ୟ ଅଛି ।

ଦୁଇଜଣଙ୍କ ସଂପର୍କକୁ ନେଇ ସଲମାନ ମଧ୍ୟ ଅର୍ଜୁନଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି । ଅନ୍ୟ ପକ୍ଷରେ ବାପା ବୋନି କପୁର ଅର୍ଜୁନଙ୍କୁ ଏହି ବିଷୟରେ ବୁଝାଇଥିଲେ ମଧ୍ୟ ଏହାର କୌଣସି ସ୍ତାୟୀ ସମାଧାନ ହୋଇପାରି ନାହିଁ । ନିକଟରେ ଦୁଇ ଜଣଙ୍କ ବିବାହକୁ ନେଇ କଥା ଉଠିଥିବା ବେଳେ ନିଜର ମତ ରଖିଛନ୍ତି ମଲାଇକାଙ୍କ ସ୍ୱାମୀ ଅରବାଜ । ତାଙ୍କ କହିବା ଅନୁସାରେ ୨୧ ବର୍ଷ ହେବ ସଂପର୍କକୁ ଧରି ରଖିଛି । ଯାହା ଖୁବ କମ ଦେଖିବାକୁ ମିଳିଥାଏ । ଏତେ ଦିନ କେହି ସଂପର୍କରେ ରହିପାରନ୍ତିି ନାହିଁ । ପ୍ରତ୍ୟେକ ସମୟରେ ସଂପର୍କକୁ ସମ୍ଭାଳି ହେବ ନାହିଁ । ଲୋକ ନିଜ କ୍ୟାରିଅର ଏବଂ ଜୀବନକୁ ପର୍ଫେକ୍ଟ କରିବା ପାଇଁ କେତେକ କମ୍ପ୍ରୋମାଇଜ କରୁଛନ୍ତି,ବିବାହରେ ମଧ୍ୟ ସେହିଭଳି ହେଉଛି ।

ଅରବାଜ ମଧ୍ୟ ଜୀବନରେ ଆଗକୁ ମାଡ଼ି ସାରିଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଗର୍ଲଫ୍ରେଣ୍ଡ ଜର୍ଜିୟାଙ୍କ ସହିତ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More