Only for Entertainment

ଝିଅ ଏବଂ କନେଷ୍ଟବଳ ଡ୍ୟୁଟିକୁ ଏକା ସହିତ ପୁରା କରୁଛନ୍ତି ଅର୍ଚ୍ଚନା, ଲୋକେ କରୁଛନ୍ତି ପ୍ରଶଂସା ।

ndtv
26

ପୁଲିସ ଚାକିରି କରିବା ଏତେ ସହଜ ନୁହେଁ । ଖାସ କରି ମହିଳାମାନଙ୍କ ପାଇଁ କାରଣ ମହିଳା ପୁଲିସ କର୍ମଚାରୀ ନିଜ ଛୁଆଙ୍କୁ ସମ୍ଭାଳିବା ସମ୍ଭାଳିବା ସହିତ ନିଜ ଡ୍ୟୁଟିକୁ ମଧ୍ୟ ଦେଖିଥାନ୍ତି । ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମହିଳା କନେଷ୍ଟବଳ ଜଣଙ୍କ ଥାନାରେ ନିଜ ଝିଅ ଏବଂ ଡ୍ୟୁଟିକୁ ଏକା ସହିତ ସମ୍ଭଳୁଥିବାର ଦେଖିବାକୁ ମିଳିଛି ।

police

ଡ୍ୟୁଟି ସହିତ ଛୁଆକୁ ସମ୍ଭାଳିବା କିଛି ସାମାନ୍ୟ କଥା ନୁହେଁ । ସୋସିଆଲ ମିଡିଆରେ ଏହି ଫଟୋକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ଖବର ଅନୁସାରେ ଅର୍ଚ୍ଚନା ଝାଂସୀର କୋତବାଳୀ ଥାନାରେ କାମ କରନ୍ତି । ଘରେ ତାଙ୍କର ଛୋଟ ଛୁଆଙ୍କୁ ସମ୍ଭାଳିବା ପାଇଁ କେହି ନାହାଁନ୍ତି । ଅର୍ଚ୍ଚନା ଟେବୁଲରେ ଛୁଆକୁ ଶୁଆଇ ନିଜ ଡ୍ୟୁଟି କରିଥାନ୍ତି । କୁହାଯାଉଛି ତାଙ୍କ ଝିଅ ଛଅ ବର୍ଷର ଏବଂ ତାର ନାମ ଅନିକା ।


ଏହି ଫଟୋକୁ ଉତ୍ତର ପ୍ରଦେଶର ଉଚ୍ଚପଦସ୍ତ ପୁଲିସ କର୍ମଚାରୀ ରାହୁଲ ଶ୍ରବାସ୍ତବ ଟ୍ୱିଟରେ ସେୟାର କରି ପ୍ରଶଂସା କରିଛନ୍ତି । ଏହା ସହିତ ତାଙ୍କୁ ୧୦୦୦ ଟଙ୍କାର ପୁରସ୍କାର ମଧ୍ୟ ଦେଇଛନ୍ତି । ଲୋକେ ଅର୍ଚ୍ଚନାଙ୍କ ଏହି ଫଟୋକୁ ଦେଖି ତାଙ୍କୁ ସବୁ ସୁବିଧା ଉପଲବ୍ଧ କରିବା ପାଇଁ ବାଦି କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More