Only for Entertainment

ପଲିଥିନରେ ପରିବାକୁ ଷ୍ଟୋର କରୁଛନ୍ତି ତ ହୋଇଯାଆନ୍ତୁ ସାବଧାନ ।

Venus Packaging
19

ପ୍ରଦୂଷଣ ବିରୁଦ୍ଧରେ ଆଂଟି ପ୍ଲାଷ୍ଟିକ ଏବଂ ଗୋ-ଗ୍ରୀନ ଉପରେ ଅଭିଯାନ ଚାଲିବା ପରେ ମଧ୍ୟ ବଜାରରେ ଆପଣଙ୍କୁ ପ୍ଲାଷ୍ଟିକ ବ୍ୟାଗ ଅତି ସହଜରେ ମିଳିଯିବ ।ଆଜି ଏହା ଲୋକଙ୍କର ଆବଶ୍ୟକତା ହୋଇସାରିଛି । କାରଣ ଏଥିରେ ଜିନିଷ ନେବା ଆଣିବା କରିବା ଅତି ସହଜ ।

ଅଧିକାଂଶ ସମୟରେ ଆପଣଙ୍କୁ ପ୍ଲାଷ୍ଟିକ ବ୍ୟାଗରେ ଥିବା ସେହି ପରିବାକୁ ସିଧାସଳଖ ଫ୍ରିଜରେ ରଖି ଦିଅନ୍ତି । କାରଣ ସେହି ପଲିଥିନ ଖୁବ ହାଲକା ଥାଏ । କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ ତାହା କେତେ ଖରାପ ।ଆଜ୍ଞା ହଁ ସେଥିରେ ପରିବା ରଖିବା ଦ୍ୱାରା ତାହା ମଧ୍ୟକୁ ପବନ ଯାଇପାରେ ନାହିଁ । ଯେଉଁ କାରଣରୁ ପରିବା ଖୁବଶୀଘ୍ର ଖରାପ ହୋଇଯାଏ । ଏହା ଦ୍ୱାରା ବ୍ୟାକ୍ଟେରିଆ ଖୁବ ଶୀଘ୍ର ଆକ୍ରମଣ କରେ ।ତେଣୁ ଫଳ ବା ପରିବା ଖୁବଶୀଘ୍ର ନଷ୍ଟ ହୋଇଯାଏ ।

ବଜାରରୁ ପଲିଥିନ ବା ପ୍ଲାଷ୍ଟିକ ଜରିରେ ଖାଦ୍ୟ ଆଣିବା ଦ୍ୱାରା ଦୁଇ ପ୍ରକାରର କାରକ ସିଧାସଳଖ ଆକ୍ରମଣ କରେ । ପ୍ରଥମଟି ହେଉଛି ବିସଫିନାଲ ଏବଂ ଦ୍ୱିତୀୟଟି ଫ୍ୟାଥଲେଟସ ।ଏହା ଖାଦ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More