ବଲିଉଡ ଅଭିନେତା ଅର୍ଜୁନ କପୂର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଅପକମିଂ ଫିଲ୍ମ ନମସ୍ତେ ଲଣ୍ଡନ ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମର ଲମ୍ବା ସମୟ ଧରି ଦର୍ଶକ ଅର୍ଜୁନ ଏବଂ ପରିଣିତିଙ୍କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ୨୦୦୭ରେ ଆସିଥିବା ଅକ୍ଷୟ କୁମାର ଏବଂ କ୍ୟାଟରୀନା କୈଫ ଷ୍ଟାରର ଫିଲ୍ମ ‘ନମସ୍ତେ ଲଣ୍ଡନ’ର ଏହା ସିକ୍ୱେଲ ଅଟେ । ନମସ୍ତେ ଇଂଲଣ୍ଡ’ର ଟ୍ରେଲର ହେଉ ହେଉ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ମଧ୍ୟ ଲାଗିଛି । ଏଠାରେ କଥା ହେବା ଯଦି ଏହି ଫିଲ୍ମର ଟ୍ରେଲର ସମ୍ପର୍କରେ ତେବେ ଏହି ଫିଲ୍ମ ପଂଜାବ ଏବଂ ଲଣ୍ଡନରେ ସୁଟ କରାଯାଇଛି ।
ଟ୍ରେଲରକୁ ଦେଖି କୁହାଯାଇ ପାରିବ ଯେ ଏହି ଫିଲ୍ମର କାହାଣୀ ଏକ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଉପରେ ଆଧାରିତ । ଫିଲ୍ମରେ ପରିଣିତି ଚୋପ୍ରା ଖୁବ ସୁନ୍ଦର ଦିଶୁଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ‘ନମସ୍ତେ ଲଣ୍ଡନ’ର ନିର୍ଦ୍ଦେଶକ ବିପୁଲ ଶାହ । ଫିଲ୍ମ ଡିସେମ୍ବର ୭ରେ ପରଦାରେ ରିଲିଜ ହେବ ।