Only for Entertainment

ବଲିଉଡରେ ୬ ବର୍ଷ ପୁରଣ କଲେ ଅର୍ଜୁନ କପୁର, ଏବେ ହେବେ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’

zee news
0 41

ଫିଲ୍ମ ‘ଅଶକଜାଦେ’ରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ବଲିଉଡ ଅଭିନେତା ଅର୍ଜୁନ କପୁର ବଲିଉଡରେ ନିଜର ୬ ବର୍ଷ ପୁରା କରିଛନ୍ତି । ‘୨ ଷ୍ଟେଟସ’, ‘ଗୁଣ୍ଡେ’, ‘କି ଆଣ୍ଡ କା’ ପରି ସଫଳ ଫିଲ୍ମରେ ଅଭିନୟ କରିବା ପରେ ୧୧ ମଇ କୁ ଇଣ୍ଡଷ୍ଟ୍ରୀରେ ନିଜର ୬ ବର୍ଷ ପୁରା କରିବା ଅବସରରେ ନିଜର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି ।

ଅଜୟ ଦେବଗନଙ୍କ ସହିତ ‘ରେଡ’ରେ କାମ କରିଥିବା ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା ଏବେ ଅର୍ଜୁନ କପୁରଙ୍କୁ ନେଇ ଏକ ନୂଆ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଅଗଷ୍ଟରୁ ଆରମ୍ଭ ହେବ ଏବଂ ଆଗାମୀ ବର୍ଷ ୨୪ ମଇକୁ ରିଲିଜ ହେବ ।

 

୬ ବର୍ଷର କ୍ୟାରିୟରକୁ ନେଇ ଅର୍ଜୁନ କହିଛନ୍ତି ମୁଁ ମୋ କ୍ୟାରିୟରରେ କିଛି ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ଏହା ସହିତ ସେ ଏକ ଆବେଗପୂର୍ଣ୍ଣ ମେସେଜ ମଧ୍ୟ ସେୟାର କରିଛନ୍ତି । ମେସେଜରେ ସେ ନିଜ ପ୍ରଶଂସକଙ୍କୁ ଭଲପାଇବା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More