Only for Entertainment

ଅର୍ଜୁନ କପୂର ପୂରା କଲେ ନିଜର ୧୨ତମ ଫିଲ୍ମ ‘ଇଣ୍ଡିଆଜ ମୋଷ୍ଟ ୱାଂଟେଡ’ ସୁଟିଂ, ଟ୍ୱିଟ କରି ହେଲେ ଭାବୁକ !

18

ପୂରା ହେଲା ଅର୍ଜୁନ କପୂରଙ୍କ ୧୨ତମ ଫିଲ୍ମ  ‘ଇଣ୍ଡିଆଜ ମୋଷ୍ଟ ୱାଂଟେଡ’ , ଏହି ଫିଲ୍ମକୁ ସେ ବିଶେଷ ବୋଲି କହିଛନ୍ତି । ଅର୍ଜୁନଙ୍କ କହିବା ମୁତାବକ ନିର୍ଦ୍ଧେଶକ ରାଜକୁମାର ଗୁପ୍ତାଙ୍କ ସହ କାମ କରିବା ତାଙ୍କ ପାଇଁ ସୌଭାଗ୍ୟ ଥିଲା । ଅର୍ଜୁନ ସୋମବାର ଟ୍ୱିଟ କରି ଗୁପ୍ତାଙ୍କ ସହ ନିଜର ଫଟୋ ଶେୟାର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଗୁପ୍ତା ଆଗରୁ ‘ନୋ ୱାନ କିଲ୍ଡ ଜସିକା’ ଏବଂ ‘ରେଡ’ ଭଳି ଫିଲ୍ମ ପ୍ରସ୍ତୁତ କରି ସାରିଛନ୍ତି ।

ଅର୍ଜୁନ ଫଟୋ ଶେୟାର କରି ନିଜର ଖୁସି ଜାହିର କରିଛନ୍ତି ଏବଂ ଫିଲ୍ମ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

ଅର୍ଜୁନ ଏହା ମଧ୍ୟ କହିଛନ୍ତି ଯେ ଅନେକ ଗୁମନାମ ନାୟକ ଏବଂ କାହାଣୀକୁ ସାମ୍ନାକୁ ଆଣିବା ନିହାତି ଜରୁରୀ । ‘ଇଣ୍ଡିଆଜ ମୋଷ୍ଟ ୱାଂଟେଡ’ଫିଲ୍ମରେ ଅର୍ଜୁନ ଜଣେ ଗୁଇନ୍ଦା ଅଧିକାରୀ ରୂପେ ନଜର ଆସିବେ । ଏହି ଫିଲ୍ମ ନେପାଳ ଏବଂ ଦିଲ୍ଲୀରେ ସୁଟ କରାଯାଇଛି । ଫିଲ୍ମ ଏକ ଗୁପ୍ତ ମିଶନର ପତ୍ତା ଲଗାଇବା ଏବଂ ଆତଙ୍କୀଙ୍କୁ ଧରିବା ବିଷୟରେ ଆଧାରିତ । ଏହି ଫିଲଲ୍ମ ୨୪ମେ  ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More