Only for Entertainment

ଫିଲ୍ମ ଦେବଦାସର ଡୋଲାରେ ଡୋଲା ବେଷ୍ଟ ବଲିଉଡ ଡାନ୍ସ ନମ୍ବର, ୟୁକେରେ ହେଲା ସମ୍ମାନିତ !

22

୨୦୦୨ରେ ଆସିଥିବା ସଂଜୟ ଲୀଲା ଭଂସାଲୀ ନିର୍ଦ୍ଧେଶିତ ଫିଲ୍ମ ‘ଦେବଦାସ’ ସେ ସମୟର ସୁପରହିଟ ଫିଲ୍ମ ମଧ୍ୟରେ ଗୋଟେ ଫିଲ୍ମ ଅଟେ । ଫିଲ୍ମ ରିଲିଜ ହେବା ଦିନରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଫିଲ୍ମକୁ ଭାରତ ତରଫର ଓସ୍କାର ପଇଁ ପଠାଯାଇଥିଲା । ଟାଇମ୍ସ ମାଗାଜିନ ମୁତାବକ ଏହି ଫିଲ୍ମ ଟପ ୧୦ ଫିଲ୍ମ ଲିଷ୍ଟରେ ରହିଥିଲା । ଏବେ ଏହି ଫିଲ୍ମ ଆଉ ଏକ ବଡ ସଫଳତା ହାସଲ କରିବାକୁ ଯାଉଛି । ଫିଲ୍ମର ଗୀତ ‘ଡୋଲାରେ ଡୋଲା’ଇତିହାସ ରଚିଛି । ଗୀତକୁ ବଲିଉଡର ବେଷ୍ଟ ଡାନ୍ସ ନମ୍ବର ସହ ତୂଳନା କରାଯାଇଛି ।

ଏକ ଖବର ମୁତାବକ ଏହି ଗୀତକୁ ଟପରେ ଜାଗା ମିଳିଛି । ଲୋକମାନଙ୍କ ଭୋଟ, ସିନେମାଟିକ ଇମ୍ପାକ୍ଟ, କୋରିଓଗ୍ରାଫି ଏବଂ ଡାନ୍ସ କୋରିଓଗ୍ରାଫରଙ୍କ ମତ ଏବଂ ପରଫର୍ମାନ୍ସକୁ ନଜରରେ ରଖି ଏହି ଗୀତ ବଲିଉଡରେ ୫୦ଭଲ ଗୀତ ମଧ୍ୟରୁ ପ୍ରଥମ ନମ୍ବର ହାସଲ କରିଛି । ସେହିଭଳି ଏହି ତାଲିକାରେ ମୁଗଲ- ଏ- ଆଜମଙ୍କ ଗୀତ ‘ପ୍ୟାର କିୟା ତୋ ଡରନା କ୍ୟା’କୁ ଦ୍ୱିତୀୟ ସ୍ଥାନ ଏବଂ ଫିଲ୍ମ ତେଜାବର ଗୀତ ‘ଏକ ଦୋ ତିନ’ ତୃତୀୟ ସ୍ଥାନରେ ରହିଛି ।

ଏଠାରେ ଆମେ କହି ରଖୁଛୁ ଯେ ଡୋଲାରେ ଡୋଲାରେ ଗୀତ ସୁଟିଂ ସମୟରେ ଐଶ୍ୱର୍ଯ୍ୟାଙ୍କ କାନରୁ ରକ୍ତ ବାହାରିଥିଲା, କାରଣ ସେ ଗହଣା ଖୁବ ଭାରୀ ପିନ୍ଧିଥିଲେ । ମାତ୍ର ସେ ଏ ସମସ୍ତ କଥା କହିନଥିଲେ ଯେ ପର୍ଯ୍ୟନ୍ତ ସୁଟିଂ ସରିନଥିଲା । ସଂଜୟ ଲୀଲା ଭଂସାଲୀ ଏବଂ ଇସମାଇଲ ଦରବାରଙ୍କୁ ଦେବଦାସ ଗୀତ ପ୍ରସ୍ତୁତି କରିବା ଲାଗି ଦେଢ ବର୍ଷ ଲାଗିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More