Only for Entertainment

ଆଗାମୀ ବଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଅର୍ଜୁନ ପଟିୟାଲା’ର ପାର୍ଟି ସଙ୍ଗ୍ କ୍ରେଜି ହବିବି vs ଡିସେଂଟ ମୁଣ୍ଡା !

42

ଆଗାମୀ ବଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଅର୍ଜୁନ ପଟିୟାଲା’ର ଆଉ ଏକ ମସ୍ତ ପାର୍ଟି ସଙ୍ଗ୍ ମୁକ୍ତିଲାଭ କରିଛି । ଗୀତରେ ଶୁଣିବାକୁ ମିିଳିଛି ଗୁରୁ ରନ୍ଧାୱାଙ୍କ ଆକର୍ଷଣୀୟ ଗାୟିକୀ । ଫିଲ୍ମରେ ମୁଖ୍ୟ ଭୂମିକାରେ ଦଲଜିତ୍ ଦୋସାଂଜ୍ ଓ କ୍ରିତି ସାନୋନ୍ ଅଭିନୟ କରିଛନ୍ତି ।

ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ଦଲଜୀତ୍ ଦୋସାଂଜଙ୍କୁ ଦେଖିବାକୁ ମିଳିଛି । ଏହାସହ ଅଭିନେତା ବରୁଣ ଶର୍ମାଙ୍କୁ ମଧ୍ୟ ଏହି ଡ୍ୟାନ୍ସ ଗୀତରେ ଦେଖିବାକୁ ମିଳିଛି । ତେବେ ଗୀତର ମୁଖ୍ୟ ଆକର୍ଷଣ ହୋଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ୍ । ଯିଏ ଏହି ଗୀତରେ ଆଇଟମ୍ ଗର୍ଲ ଭାବେ ନଜର ଆସିଲେ । ଏହି ଜବରଦସ୍ତ ଗୀତରେ ଶୁଣିବାକୁ ମିଳୁଛି ଗୁରୁ ରନ୍ଧାୱାଙ୍କ ଗାୟିକୀ ।

ଏହି ଧୁମ୍ ଧମାଲ୍ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସଚିନ୍ – ଜିଗର୍ । ଆଉ ଗୀତର ଲିରିକ୍ସ ବି ଦେଇଛନ୍ତି ଗୁରୁ ରନ୍ଧାୱା । ଗୀତର ଆରବିକ୍ ର‌୍ୟାପରେ କଣ୍ଠଦାନ କରିଛନ୍ତି ବେନି ଦୟାଲ୍ । ପ୍ରଯୋଜକ ଦିନେଶ ବିଜାନଙ୍କ ମ୍ୟାଡକ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ୍ ଜୁଗରାଜ୍ । ୨୬ ଜୁଲାଇରେ ପରଦାକୁ ଆସିବ ଏହି ଫିଲ୍ମ ଅର୍ଜୁନ୍ ପଟିୟାଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More