Only for Entertainment

ପାକିସ୍ତାନର ଏହି ମନ୍ଦିରରେ ୭୨ବର୍ଷ ପରେ ଶୁଭିଲା ହର-ହର ମହାଦେବ !

64

ପଡୋଶୀ ଦେଶ ପାକିସ୍ତାନର ସିୟାଲକୋଟରେ ଥିବା ଏକ ଐତିହାସିକ ହିନ୍ଦୁ ମନ୍ଦିର କବାଟ ପୁଣିଥରେ ଖୋଲିଛି । ପଂଜାବ ପ୍ରାନ୍ତରେ ଶାବଲା ତିଜା ସିଂ ମନ୍ଦିର ବିଭାଜନ ପରେ ଏହି ମନ୍ଦିର ବନ୍ଦ ଥିଲା । ୭୨ବର୍ଷରୁ ବନ୍ଦ ଥିବା ଏହି ମନ୍ଦିରରେ ଏବେ ଭାରତରୁ ଦେବୀ-ଦେବତାଙ୍କୁ ଆଣି ରଖାଯିବ ।

ହିନ୍ଦୁ ରୀତି-ନୀତିରେ ମନ୍ଦିରର ଓପନିଂ ସେରୋମନିର ଆୟୋଜନ ହୋଇଛି । ଏଠାରେ ପୂଜାପାଠ ସହ ୭୨ବର୍ଷ ପରେ ମନ୍ଦିରରେ ‘ହର ହର ମହାଦେବ’ ଜୟକାର ଶୁଣିବାକୁ ମିଳିବ । ମନ୍ଦିରକୁ ଆଉଥରେ ଖୋଲିବା ପାଇଁ ଇବେକ୍ୟୁଇ ପ୍ରପର୍ଟି ବୋର୍ଡ ପରାମର୍ଶ ଦେଇଛନ୍ତି ।

ଦ ଏକ୍ସପ୍ରେସ ଟ୍ରିବ୍ୟୁନ ସହ କଥା ହୋଇ ସଚିବ ସୟଦ ଫରାଜ ଅବାସ କହିଛନ୍ତି ଯେ ହିନ୍ଦୁ ସମୂଦାୟ ଅନେକ ବର୍ଷ ହେବ ମନ୍ଦିର ଖୋଲିବା ପାଇଁ ଦାବି କରୁଥିଲେ । ଖୁବଶୀଘ୍ର ମନ୍ଦିର ମୁଖ୍ୟଦ୍ୱାର ମରାମତି କାର୍ଯ୍ୟ ଆରମ୍ଭ ହୋଇଯିବ । ଏଥିପାଇଁ ପ୍ରଥମେ ଏହାର ବଜେଟ ନିର୍ଣ୍ଣୟ କରାଯିବ ।

ଆଉ ଏକ ରିପୋର୍ଟରେ ଶୁଣିବାକୁ ମିଳିଛି ଯେ ମନ୍ଦିର ପୁଣି ଥରେ ଖୋଲିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଦେଶ ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ମାମଲାରେ କିଛି ଦିନ ପୂର୍ବେ ସିୟାଲକୋଟରେ ଏକ ୫୦୦ବର୍ଷ ପୂରୁଣା ଗୁରୁଦ୍ୱାର ମଧ୍ୟ ଖୋଲିଛି । ହିନ୍ଦୁ ସୁଧାର ସଭାରେ ଅଧକ୍ଷ ଅମରନାଥ ରନ୍ଧାବା ଡା. ମୁନାବର ଚନ୍ଦ ଏବଂ ପଣ୍ଡିତ କାଶୀ ରାମଙ୍କ ସହ ଅନ୍ୟ ହିନ୍ଦୁ ନେତା ମନ୍ଦିରରେ ପୂଜା ପାଇଁ ଉପସ୍ଥିତ ଥିଲେ ।

ହିନ୍ଦୁ ସୁଧାର ସଭାର ଅଧକ୍ଷ ଅମରନାଥ ରନ୍ଧାବା ମନ୍ଦିରକୁ ଆଉଥରେ ଖୋଲିବାକୁ ନେଇ ସରକାରଙ୍କର ଖୁବ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଜରୁରୀ ହେଉଛି ଶାନ୍ତିରେ ହିନ୍ଦୁ ମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ଏବଂ ସେମାନେ ଭଲଭାବେ ପ୍ରତିଦିନ ପୂଜା-ପାଠ କରିପାରନ୍ତୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଏଠାରେ ଆମେ କହି ରଖୁଛୁ ଯେ ଏହାବ୍ୟତୀତ ପାକିସ୍ତାନ କରତାରପୁର କରିଡର ମଧ୍ୟ ପ୍ରସ୍ତୁତ ହେଉଛି । ଏହି କରିଡରରେ ଶିଖ ଧର୍ମର ସଂସ୍ଥାପକ ଗୁରୁନାନକଙ୍କ ୫୫୦ତମ ପ୍ରକାଶ ପର୍ବ ଖୋଲାଯିବ । କରିଡରରେ ଶିଖ ଶ୍ରଦ୍ଧାଳୁ ମାନଙ୍କୁ ଭୀଜା ଫ୍ରି ଏଂଟ୍ରି ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More