Only for Entertainment

ରାଜକୀୟ ସମ୍ମାନରେ ବିଦାୟ ନେଲେ ଅରୁଣ ଜେଟଲୀ

hindirush
94

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ୬୬ ବର୍ଷରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏକାଧିକ ରୋଗରେ ପିଡ଼ିତ ଥିଲେ ଅରୁଣ ଜେଟଲୀ । ସେ ଅଗଷ୍ଟରୁ ଅରୁଣ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କୁ ଲାଇଫ ସିଷ୍ଟମ ସପୋର୍ଟରେ ରଖା ଯାଇଥିଲା । ତାଙ୍କ ନିଧନରେ ବିଜେପି ସହିତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

 

ଅନ୍ତିମ ଦର୍ଶନ ପାଇଁ ଅରୁଣଙ୍କୁ ବିଜେପି ମୁଖ୍ୟାଳୟରେ ରଖା ଯାଇଥିଲା । ତାଙ୍କୁ ଦିନ ୧ ଘଂଟା ପର୍ଯ୍ୟନ୍ତ ସେଠାରେ ରଖାଗଲା ଏବଂ ଦିନ ୨ଟାରେ ପାର୍ଥିବ ଶରୀରକୁ ନିଗମବୋଧ ଘାଟ ପହଂଚାଗଲା । ବୈଦିକ ମନ୍ତ୍ରୋଚାର ପରେ ତାଙ୍କ ପୁଅ ରୋହନ ଜେଟଲୀ ମୁଖାଗ୍ନି ଦେଲେ । ଏହି ସମୟରେ ପତ୍ନୀ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ । କହିରଖୁଛୁ ଅନ୍ତିମ ସଂସ୍କାର ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More