Only for Entertainment

ଆଶାରାମଙ୍କ ସହିତ ପିଏମ୍ ମୋଦିଙ୍କ ଫଟୋ ସେୟାର କରିବାକୁ ନେଇ ମୁହଁ ଖୋଲିଲେ ଫାରହାନ ଅଖତର

zee news
0 45

ଦୁଷ୍କର୍ମ ମାସଲାରେ ଆଶାରାମ ବାପୁ ଆଜି ଦେଷୀ ପ୍ରମାଣିତ ହୋଇଛନ୍ତି । ଯୋଧପୁର କୋର୍ଟ ଆଜି ଆଶାରାମ ବାପୁଙ୍କ ସମେତ ତିନି ଜଣଙ୍କୁ ଦେଷୀ ସାବ୍ୟସ୍ତ କରିଛନ୍ତି । କୁହାଯାଉଛି ଯେ ଏହି ମସଲା ପାଇଁ ଆଶାରାମଙ୍କୁ ପ୍ରାୟ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ତେବେ ଅନ୍ୟ ପକ୍ଷରେ ଆଶାରାମ ଜେଲରୁ ମୁକୁଳିବା ପାଇଁ ତାଙ୍କ ଭକ୍ତମାନେ ଭିନ୍ନ ଭିନ୍ନ ଅନ୍ଦାଜରେ ପ୍ରାର୍ଥନା କରୁଛନ୍ତି । ଏହା ସହିତ ଆଶାରାମ ବାପୁ ନିଜର ଆନୁଗାମୀମାନଙ୍କୁ ସଂଜମତା ରକ୍ଷା କରିବା ପାଇଁ କହିଛନ୍ତି ।

ଆଶାରାମଙ୍କୁ ଦଣ୍ଡ ମିଳିବା ପରେ ଟ୍ୱିଟରେ ଅନେକ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଗୋଟିଏ ପକ୍ଷରେ ସାଧାରଣ ଜନତା ନିଜର ମତ ରଖୁଥିବା ବେଳେ ବଲିଉଡ କଳାକାରମାନେ ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି । ବଲିଉଡ କଳାକାର ଫାରହାନ ଅଖତର ଟୁଇଟ କରି କହିଛନ୍ତି ଆଶାରାମ ଜଣେ ଚାଇଲ୍ଡ ରେପିଷ୍ଟ । ଏବଂ ସେଥିପାଇଁ ତାଙ୍କୁ ଦଣ୍ଡ ମିଳିଛି । କିନ୍ତୁ ଯେଉଁ ଲୋକମାନେ ଆଶାରାମଙ୍କ ସହିତ ପିଏମ ମୋଦିଙ୍କ ଫଟୋ ସେୟାର କରୁଛନ୍ତି ସେମାନେ ଏପରି କରିବା ବନ୍ଦ କରନ୍ତୁ ।


ଫରହାନ ଆହୁରି ମଧ୍ୟ ଲେଖିଥିଲେ ଏହି ଫଟୋ ସେତେବେଳର ଯେବେ ଆଶାରାମଙ୍କ ଉପରେ କୌଣସି ଆରୋପ ନଥିଲା । ପିଏମ ମୋଦିଙ୍କ ନାମର ଭୁଲ ପ୍ରୟୋଗ କରନ୍ତୁ ନାହିଁ । କହିରଖୁଛୁ ଯେ ଆଶାରାମ ଦେଷୀ ଦେବା ପ୍ରମାଣିତ ହେବାପରେ ଲୋକେ ତାଙ୍କର ଏବଂ ମୋଦିଙ୍କର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି କମେଣ୍ଟ କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More