Only for Entertainment

ବିଗ୍ ବସ୍ ପରେ ହିନା ଖାନଙ୍କୁ ମିଳିଲା ପଥମ ଆକ୍ଟିଂ ପ୍ରୋଜେକ୍ଟ, ଟ୍ୱିଟ କରି ଦେଲେ ସୂଚନା

DNA India
0 48

ବିଗ୍ ବସ୍ ଫେମ ହିନା ଖାନଙ୍କ ପାଇଂ ଖୁସି ଖବର । ବିଗ୍ ବସ୍ ୧୧ ଶୋ’ ପରେ ହିନା ଖାନ ନିଜର ପ୍ରଥମ ଆକ୍ଟିଂ ପ୍ରୋଜେକ୍ଟ ସାଇନ କରିଛନ୍ତି । ହିନାଙ୍କୁ ସର୍ଟ ଫିଲ୍ମରେ ତାଙ୍କ ପ୍ରଶଂସକ ଦେଖିବାକୁ ପାଇବେ । ଖବର ଅନୁସାରେ ଅଙ୍ଗୁଶ ଭଟ୍ଟ ଏହି ଫିଲ୍ମର ନର୍ଦ୍ଦେଶନା ହେବେ ।

ଅଙ୍ଗୁଶ ଭଟ୍ଟ ଏହା ପୂର୍ବରୁ ଟିଭି ଅଭିନେତ୍ରୀ ମିଶଲ ରହେଜାଙ୍କ ସହିତ ସର୍ଟ ଫିଲ୍ମ ନିର୍ମାଣ କରି ସାରିଛନ୍ତି । ତେବେ ହିନାଙ୍କୁ ଏହି ସର୍ଟ ଫିଲ୍ମରେ କେଉଁ ଚରିତ୍ରରେ ଦେଖିବାକୁ ମିଳିବ ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ । ହିନା ଖାନ ଟୁଇଟ କରି ଏହା ବିଷୟରେ ସୂଚନା ହେବା ସହିତ । ଫିଲ୍ମ ସୁଟିଂର ଫଟୋ ଫ୍ୟାନ୍ସଙ୍କ ପାଇଁ ପୋଷ୍ଟ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।


ହିନାଙ୍କୁ ଏହି ପ୍ରୋଜେକ୍ଟ ମିଳିବା ପଛରେ କେବଳ ଆକ୍ଟିଂ ସ୍କିଲ ନୁହେଁ ତାଙ୍କ ପପୁଲାରିଟି ମଧ୍ୟ ରହିଛି । କିଛି ଦିନ ପୂର୍ବେ ହିନା ଏବଂ ତାଙ୍କ ବୟଫ୍ରେଣ୍ଡ ରକି ଜେସବାଲ ଶିଳ୍ପା ଶିନେ୍ଧଙ୍କ ଟୁଇଟରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ରହିଥିଲେ । ଏହା ସହିତ ହିନା ନିଜର ଗ୍ଲାମରସ ଫଟୋସୁଟକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More