Only for Entertainment

ଏଭଳି ଶିକ୍ଷକ ଯାହାଙ୍କୁ ବିଦା କରିବା ବେଳେ ପୂରା ଗାଁ’ର ଆଖିରେ ଭରିଗଲା ଲୁହ !

79

‘ମୋ ପ୍ରିୟ ଶିକ୍ଷକ’ ଇଂରାଜୀରେ ‘’ଏହା ଉପରେ ଆମେ ସମସ୍ତେ ସ୍କୁଲ ସମୟରେ ପ୍ରବନ୍ଧ ଲେଖିଛୁ । କିଛି ଜଣ ମନରୁ ତ କିଛି ଜଣ ସେମିତି ଲେଖିଥାଆନ୍ତି, କିନ୍ତୁ ଲେଖିଛନ୍ତି ନିଶ୍ଚୟ । ଆମ ଭିତରୁ ଅନେକ ଲୋକ ଜୀବନରେ ଭଲ ଶିକ୍ଷକ ଆଶାରେ ରହିଯାଇଛନ୍ତି । କିନ୍ତୁ କିଛି ଜଣଙ୍କୁ ଏଭଳି ଶିକ୍ଷକ ମିଳିଛନ୍ତି ଯିଏ କି କିଛି ଜଣକ ଜୀବନକୁ ପରିବର୍ତ୍ତନ କରିଦେଇଛନ୍ତି । ଏହିଭଳି ଜଣେ ଶିକ୍ଷକ ଅଟନ୍ତି ‘ଆଶିଷ ଡଙ୍ଗବାଲ’ ।

ସରଳ ସ୍ୱଭାବ ବ୍ୟକ୍ତିତ୍ୱ । ତାଙ୍କର ଏହି ଗୁଣ ଉତ୍ତରକାଶୀର ଭଙ୍କୋଲୀ ଗାଁ’ର ଲୋକଙ୍କ ହୃଦୟ କିଣି ନେଇଛି । ଏହିକାରଣରୁ ଯେତେବେଳେ ୩ବର୍ଷ ପରେ ସେ ସ୍କୁଲରୁ ବିଦାୟ ନେଇଛନ୍ତି, ମାହୋଲ ଉତ୍ସବ ମୁଖରିତ ଥିଲା ସତ ମାତ୍ର ସମସ୍ତଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ ।

ଆଶିଷ ସରକାରୀ ସ୍କୁଲର ଶିକ୍ଷକ ଥିଲେ । କେବଳ ଛାତ୍ର-ଛାତ୍ରୀ ନୁହଁନ୍ତି ବରଂ ଅଭିଭାବକ ଏବଂ ଗ୍ରାମବାସୀ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା । ଆଶିଷ ଜିଆଇସି ଭଙ୍କୋଲୀରେ ଶିକ୍ଷକ ଭାବେ ସେବା ଦେଉଥିଲେ , ତାଙ୍କର ଟ୍ରାନ୍ସଫର ହୋଇଯାଇଛି ।

ସୋସିଆଲ ମିଡିଆରେ ତାଙ୍କ ବିଦାୟ ନେବାର କିଛି ସାମ୍ନାକୁ ଆସିିଛି ଯାହା ଭାଇରାଲ ହେବାରେ ଲାଗିଛି । ଜଣେ ଏଭଳି ଶିକ୍ଷକ ଯାହାଙ୍କ ବେକରେ ପିଲାମାନେ ଓହଳି କାନ୍ଦିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More