Only for Entertainment

ଏହି ବଲିଉଡ ଅଭିନେତ୍ରୀଙ୍କ ଫ୍ୟାନ ଅଟଳ ବିହାରୀ ବାଜପେୟୀ, ୨୫ ଥର ଦେଖିଛନ୍ତି ତାଙ୍କର ଏହି ଖାସ ଫିଲ୍ମ ।

BollywoodPapa
0 35

ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଏବେ ଖୁବ ସଙ୍କଟାପର୍ଣ୍ଣ ରହିଛି । ସେ ଏବେ ଦିଲ୍ଲୀର ଏମ୍ସରେ ଲାଇଫ ସପୋର୍ଟିଂ ସିଷ୍ଟମ ଉପରେ ନିର୍ଭର ରହିଛନ୍ତି । ଭାରତର ସବୁଠାରୁ ଲୋକପ୍ରିୟ ନେତାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକ ହସ୍ପିଟାଲ ବାହାରେ ଭିଡ ଲଗାଇଛନ୍ତି ।

ଅଟଳ ବିହାରୀ ବାଜପେୟୀ କେବଳ ଭଲ ନେତା ନଥିଲେ ତାଙ୍କର ଉତ୍ସାହ ସହିତ୍ୟ, କବିତା ଏବଂ ଫିଲ୍ମ ପ୍ରତି ମଧ୍ୟ ରହିଥିଲା । ଆପଣ ଜାଣିଛନ୍ତି କି ଅଟଳ ବିହାରୀ ବଜପାୟୀ ଦିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଧୁରାର ବିଜେପି ସାଂସଦ ହେମା ମାଳିନୀଙ୍କର ବହୁତ ବଡ ପ୍ରଶଂସକ ।

hema

ଅଟଳ ବିହାରୀ ବାଜପେୟୀଙ୍କୁ ୧୯୭୨ରେ ରିଲିଜ ହୋଇଥିବା ହେମା ମାଳିନୀଙ୍କ ଫିଲ୍ମ ସୀତା ଔର ଗୀତା ଏତେ ପସନ୍ଦ ଆସିଥିଲା ଯେ ସେ ଏହି ଫିଲ୍ମକୁ ୨୫ ଥର ଦେଖିଥିଲେ । ଏହାର ଖୁଲାସା ଖୋଦ ହେମା ମାଳିନୀ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ ଏହି ଫିଲ୍ମରେ ହେମା ମାଳିନୀ ଡବଲ ରୋଲରେ ନଜର ଆସିଥିଲେ । ଫିଲ୍ମର ନିର୍ଦ୍ଦେଶକ ଥିଲେ ରମେଶ ସିପ୍ପି । ହେମା ମାଳିନୀଙ୍କ ବ୍ୟତିତ ଫିଳ୍ମରେ ଧର୍ମେନ୍ଦ୍ର ଏବଂ ସଂଜୀବ କୁମାର ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ଅଭିନେତ୍ରୀ ହେମା ମାଳିନୀଙ୍କୁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପରୁସ୍କାର ମଧ୍ୟ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More