Only for Entertainment

ଶୋଇବା ଘରେ ଆଇନା ରଖିଛନ୍ତିକି, ବୈବାହିକ ଜୀବନରେ ଆସିପାରେ ଅଶାନ୍ତି

lushome
0 42

ପତି ଓ ପତ୍ନୀର ସଂପର୍କ ଏକ ଏଭଳି ସଂପର୍କ ଯାହା ଟିକେ ଟିକେ କଥାରେ ମଧ୍ୟ ଭାଙ୍ଗିଯାଇ ପାରେ । ସେଥିପାଇଁ ଦୁଇ ଜଣ ଉଭୟଙ୍କୁ ବିଶ୍ୱାସ କରିବା ସହିତ ଠିକ ଭାବରେ ବୁଝିବା ଦରକାର ମଧ୍ୟ । କିନ୍ତୁ ସମୟେ ସମୟେ ଏଭଳି କିଛି ଘଟିଥାଏ ଯେଉଁ କାରଣରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେବେ ବେଳେ ବେଳେ ଏହା ବାସ୍ତୁ ପ୍ରଭାବରେ ମଧ୍ୟ ହୋଇଥାଇ ପାରେ । ଯାହା ଅବଗତ ହେବା ନିହାତି ଆବଶ୍ୟକ, ଏହା ସହିତ ସାବଧାନର ସହିତ କାର୍ଯ୍ୟ କରିବା ଆବଶ୍ୟକ ମଧ୍ୟ ।

  • ବାସ୍ତୁ ଶାସ୍ତ୍ର ଅନୁସାରେ ପତି ଓ ପତ୍ନୀର ସଂପର୍କକୁ ଭଲ ରଖିବା ପାଇଁ ଦୁଇଟି ଫୁଲକୁଣ୍ଡ ରଖିବା ନିହାତି ଦରକାର । ଯାହା ଦ୍ୱାରା ବୈବାହିକ ଜୀବନ ସୁଖପ୍ରଦ ହୋଇପାରେ
  • ବେଡରୁମରେ ୱିଣ୍ଡଚାଇମ ରଖିବା ଉଚିତ । ଯାହାର ମଧୁର ଶବ୍ଦ ଶୁଣିଲେ ବୈବାହିକ ଜୀବନ ମଧୁର ହୁଏ ବୋଲି ବିଶ୍ୱାସ କରାଯାଏ ।
  • ଶୋଇବା ଘରେ କାଚ ରଖିବା ଦ୍ୱାରା ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ଯଦିି ରୁମରେ କାଚ କିମ୍ବା ଆଇନା ରହିଥାଏ ତେବେ ରାତ୍ରକାଳରେ ତାହାକୁ କପଡ଼ା ଦ୍ୱାରା ଘୋଡ଼ାଇଦେବା ଉଚିତ ।
  • ସଂପର୍କ ମଧୁର କରିବା ପାଇଁ ବେଡରେ ପଡ଼ିଥବା ସମସ୍ତ ଜିନିଷ ଡବଲ ହେବା ଦରକାର ଏବଂ ତକିଆର ରଙ୍ଗ ଏକାଭଳି ହେବା ଆବଶ୍ୟକ ।
  • ରୁମକୁ ଅପରିଷ୍କାର ନକରି ସଫାସୁତୁରା ରଖିବା ଆବଶ୍ୟକ । ବିଶେଷ କରି ଧୂଳି ଓ ମାଟିରୁ ରୁମକୁ ବଂଚାଇ ରଖିବା ଉଚିତ । ଏହା ଦ୍ୱାରା ସଂପର୍କରେ ମଧୁରତା ଆସି ଥାଏ ।
  • ଏହା ବ୍ୟତୀତ ଶୋଇବା ଘରେ ଇଲେକ୍ଟ୍ରୋନିକ ଜିନିଷ କିମ୍ବା ଭଙ୍ଗା ଜିନିଷ ନ ରଖିବା ଉଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More