ମହିଳା ପୁରୁଷ ଶୋଇବା ସମୟରେ ନିକଟରେ ରଖନ୍ତୁ ନାହିଁ ଏହି ସମସ୍ତ ଜିନିଷ ।
ଦିନ ସାରା ଅକ୍ଲାନ୍ତ ପରିଶ୍ରମ ପରେ ସମସ୍ତେ ଚାହାଁନ୍ତି ରାତିରେ ଶାନ୍ତିରେ ଶୋଇବା ପାଇଁ । କିନ୍ତୁ ନିଜର ସାମାନ୍ୟତମ କିଛି ଭୁଲ ଯୋଗୁଁ ନିଦ୍ରା ଭଙ୍ଗ ହୋଇଥାଏ । ତେଣୁ ସେ ସବୁ ପ୍ରତି ଧ୍ୟାନ ଦେବା ଉଚିତ । ବିଶେଷକରି ପତି ଏବଂ ପତ୍ନୀ ।
ଭଲ ନିଦ ପାଇଁ ବେଡରୁମକୁ ଶାନ୍ତ ରଙ୍ଗ ଦିଅନ୍ତୁ । ତକିଆକୁ ଅତି ସୁନ୍ଦର ଭାବରେ ସଜାନ୍ତୁ ନାହିଁ । ଏହା ଦ୍ୱାରା ନିକଟରେ କେତେକ ଶକ୍ତି ଏକତ୍ରିତ ହୋଇଯାଆନ୍ତି । ଏହା ଦ୍ୱାରା ନିଦ ଖରାପ ହୁଏ ।
ବେଡରୁମରେ କୌଣସି ପ୍ରକାରର କାଚ ଲଗାଇବା ଅନୁଚିତ । ବିଶେଷ କରି ଛାତରେ । ଯଦି ଡ୍ରେସିଙ୍ଗ ଟେବଲ ରଖିବାକୁ ଚାହାଁନ୍ତି ତେବେ ଖଟର ବାମ କିମ୍ବା ଡାହାଣ ପାଶ୍ୱର୍ରେ ରଖନ୍ତୁ ।
ପ୍ରବେଶ ଦ୍ୱାର ସାମ୍ନାକୁ ଗୋଡ଼ କରି ଶୋଇବା ଅନୁଚିତ । ଏହାକୁ ଅଶୁଭ କୁହାଯାଏ । ବେଡରୁମରେ ଖଟକୁ ଏଳି ରଖିବା ଉଚିତ ଯେପରି ଶୋଇବା ସମୟରେ ପ୍ରବେଶ ଦ୍ୱାର ସାମ୍ନାରେ ରହିବ ।
ବେଡ ତଳେ କବାଡ଼ି ଜିନିଷ ରଖିବା ଅନୁଚିତ । ଏହା ଦ୍ୱାରା ଛୋଟ ଛୋଟ ବିବାଦ ସୃଷ୍ଟି ହୋଇଥାଏ ।
ତକିଆ ନିକଟରେ ଝାଡ଼ୁ,ମୋବାଇଲ,ପାଣି,ଘଂଟା,ଜୋତା ଓ ଚପଲ ଆଦି ରଖିବା ଅନୁଚିତ । ଫଟା ଚାଦର ଆଦି ବ୍ୟବହାର କରିବା ଅନୁଚିତ ।