Only for Entertainment

ଲଣ୍ଡନରେ ଦେଖିବାକୁ ମିଳିଲା ବାହୁବଲୀ’ର ଦମ୍ , ପବ୍ଲିକ କହିଲେ – ଜୟ ମାହିଷ୍ମତି !

35

‘ବାହୁବଲୀ’ ଫିଲ୍ମ ନୁହେଁ ବରଂ ଏକ କ୍ରାନ୍ତି ଅଟେ ଯାହା ଭାରତୀୟ ସିନେମାକୁ ଏକ ନୂଆ ପରିଚୟ ଦେଇଛି । ୨୦ଅକ୍ଟୋବର ରେ ‘ବାହୁବଲୀ’ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ବତାଇଛନ୍ତି ଯେ ‘ବାହୁବଲୀ ଦ ବିଗନିଂ’, ଯାହା ଇଂରାଜୀ ଭାଷାର ଫିଲ୍ମ ନ ହୋଇ ମଧ୍ୟ ପ୍ରଥମ ଥର ଲଣ୍ଡନର ୧୪୮ବର୍ଷ ପୁରୁଣା ‘ରୟାଲ ଅଲବର୍ଟ ହଲ’ରେ ଦେଖିବାକୁ ମିଳିଛି । ଆମ ସମସ୍ତଙ୍କ ପାଇଁ ଏହା ଏକ ଐତିହାସିକ ମୁହୁର୍ତ୍ତ ଅଟେ । ଜୟ ମାହିଷ୍ମତି…. ।

ଏହାପରେ ଏବେ ସୋସିଆଲ ମିଡିଆରେ ପବ୍ଲିକ ଜୟ ମାହିଷ୍ମତି ଜୟକାର ସହ ଫିଲ୍ମ ନିର୍ଦ୍ଦେଶକ ରାଜା ଏସଏସ ମୌଲି, ପ୍ରଭାସ ଏବଂ ଅନ୍ୟ କଳାକାରଙ୍କ ପ୍ରଶଂସା କରିଛନ୍ତି ।

‘ବାହୁବଲୀ ଦ ବିଗନିଂ’ ୨୦୧୫ ରିଲିଜ ହୋଇଥିଲା, ଯାହା ସାରା ଦୁନିଆରେ ୬୫୦କୋଟି ବ୍ୟବସାୟ କରି ବକ୍ସ ଅଫିସର ଇତିହାସରେ ନିଜ ନାଁ ଦାଖଲ କରିଥିଲା ଏବଂ ହଁ . ଲଣ୍ଡନରେ ଫିଲ୍ମ ସ୍କ୍ରିନିଂ ପରେ ପ୍ରଭାସ, ଅନୁଷ୍କା ସେଟ୍ଟୀ, ରାଣା ଡଗ୍ଗୁତୀ , ରାଜା ଏସ ଏସ ମୌଲୀଙ୍କ ସହ ଟିମର କାଷ୍ଟଙ୍କୁ ଜନତାଙ୍କର ଷ୍ଟାଡିଂ ଆୱେଶନ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More