Only for Entertainment

ଶୀତ ଦିନ ହେଉ ବା ଖରାଦିନ ମାଟି ପାତ୍ରରେ ରଖନ୍ତୁ ପାଣି, ଆବଶ୍ୟକ ଠାରୁ ଅଧିକ ଲାଭ ମିଳିବ

24

ଲୋକେ ଫ୍ରିଜ୍ ପାଣି ପିଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ଖରା ଦାଉରୁ ଆରାମ ଦେଇଥାଏ, କିନ୍ତୁ ଏହି ଥଣ୍ଡା ପାଣି ପରମୁହୂର୍ତ୍ତରେ ଶରୀର ପାଇଁ ଖୁବ୍ ହାନିକାରକ ହୋଇଥାଏ । ମାତ୍ର ଆଜି ଆମେ ଆପଣଙ୍କୁ ମାଟି ପାତ୍ରର ଫାଇଦା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ହୁଏତ ଜାଣିନଥିବେ । ମାଟି ପାତ୍ରରେ ପାଣି ପ୍ରାକୃତିକ ଉପାୟରେ ଥଣ୍ଡା ରହିଥାଏ । ଏହି ପାଣିରୁ ମିନେରାଲସ୍ ଏବଂ ନ୍ୟୁଟ୍ରିଏଣ୍ଟସ୍ ମିଳେ । ଯାହା ଆପଣଙ୍କ ଶରୀର ପାଇଁ ଖୁବ୍ ଉପକାରୀ । ପ୍ରକୃତରେ ମାଟି ପାତ୍ରରେ ରୋଗ ସହ ଲଢିବାର କ୍ଷମତା ରହିଛି । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ସଂପର୍କରେ..

 

ମାଟି ପାତ୍ରର ପାଣି ପିଇବା ଦ୍ୱାରା ଶରୀରର ମୋଟାବଲିଜିମ୍ ହ୍ରାସ ହୋଇଥାଏ । ଫଳରେ ଶରୀର ସୁସ୍ଥ ରୁହେ ।

ଖରାଦିନେ ଲୁ’ ରୁ ରକ୍ଷା କରିଥାଏ ମାଟି ପାତ୍ରର ପାଣି । ଏହା ଶରୀରର ପାଣି ଅଭାବକୁ ତୁରନ୍ତ ପୂରଣ କରେ । ଏହାବ୍ୟତୀତ ବାହ୍ୟ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।

ଥଣ୍ଡା, କାଶ ଏବଂ ଆସ୍ଥମା ଆଦି ରୋଗରେ ପିଡୀତ ଥିଲେ ମାଟି ପାତ୍ର ପାଣି ପିଅନ୍ତୁ ।

ଫ୍ରିଜରେ ରଖାଯାଉଥିବା ପାଣି ବୋତଲ କିଛି ଦିନ ମଧ୍ୟରେ ଖରାପ ହୋଇଯାଇଥାଏ, କିନ୍ତୁ ମାଟି ପାତ୍ରରେ ଏଭଳି କୌଣସି ପ୍ରକ୍ରିୟା ହୋଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More