Only for Entertainment

ଚା’ରେ ନିଶା ଦ୍ରବ୍ୟ ମିଶାଇ ଭାଉଜ ସହିତ ଦୁଷ୍କର୍ମ କଲା ଦିଅର

punjabkeshari
875

କେବଳ ଯୁବତୀ ନୁହଁନ୍ତ ବରଂ ମହିଳା ମାନଙ୍କ ସହିତ ମଧ୍ୟ ଦୁଷ୍କର୍ମ ହେଉଛି । ଯାହାର ବାରମ୍ବାର ଉଦାହରଣ ଦେଖିବାକୁ ମିଳୁଛି । ଏହା ସହିତ ଆଉ ଏକ ଘୃଣ୍ୟ କାମ ମଧ୍ୟ ଦେଖିବାକୁ ମିଳୁଛି । ମହିଳା ଏବଂ ଯୁବତୀ ମାନଙ୍କ ସହିତ ଦୁଷ୍କର୍ମ କରି ସାରିବା ପରେ ସେମାନଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ଭାଇରାଲ କରିଦିଆ ଯାଉଛି, ଯାହାର ଏକ ମହିଳାର ଭବିଷ୍ୟତ ମାଟିରେ ମିଶିଯାଉଛି । ଏହି ଫଟୋ ଏବଂ ଭିଡ଼ିଓକୁ ଆଧାର କରି ନାରୀକୁ ବ୍ଲାକମେଲ କରାଯାଉଛି ।

ଏହିଭଳି ଏକ ଲଜ୍ଜାଜନକ ଘଟଣା ପୁଣିଥରେ ସାମ୍ନାକୁ ଆସିଛି । ଘଟଣାଟି ହେଉଛି ହରିୟାଣାର କ୍ରାଥଲ ଜିଲ୍ଲାର । ଏଠାରେ ଜଣେ ମହିଳାକୁ ତା’ଙ୍କ ଦିଅର ଦୁଇ ବର୍ଷ ହେବ ଶୋଷଣ କରି ଆସୁଥିଲା ।

ବାସ୍ତବରେ ପିଡ଼ିତାଙ୍କ ଠାରୁ ୧୦ ବର୍ଷ ସାନ ଜଣେ ଯୁବକ ଚା’ରେ ନିଶା ଔଷଧ ମିଶାଇ ଭାଉଜ ସହିତ ଦୁଷ୍କର୍ମ କରିବା ପରେ ଫଟୋ ଏବଂ ଭିଡ଼ିଓ ସୁଟ କରି ରଖିଥିଲା, ଯାହାପରେ ସେ ଦୁଇ ବର୍ଷ ହେବ ତା ଭାଉଜକୁ ବ୍ଲାକମେଲ କରି ଦୁଷ୍କର୍ମ କରି ଆସୁଥିଲା । କହିରଖୁଛୁ ଯୁବକ ଜଣକ ମହିଳାଙ୍କ ପଡ଼ିଶା ଘରର ଦିଅର । ଥରେ ସେ ମହିଳାଙ୍କ ଝରକୁ ଆସିଥିଲା ଏବଂ ମହିଳା ଜଣକ ତାକୁ ଚା କରି ଦେଇଥିଲେ । ମହିଳା ପାଣି ଆଣିବାକୁ ଯିବା ମଧ୍ୟରେ ଯୁବକ ଜଣକ ଚା’ରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲା । ଯାହାପରେ ମହିଳାଙ୍କୁ ବ୍ଲାକମେଲ କରିବାକୁ ଲାଗିଲା । ପୋଲିସ ଏବେ ଏହାର ଯାଂଚ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More