Only for Entertainment

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’ର ଲଭ ଟ୍ରାକ ରିଲିଜ, ଦେଖିବାକୁ ମିଳିଲା ପ୍ରେମ ଓ ବିବାଦର ଝଲକ୍

Koimoi
25

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଫିଲ୍ମର ଲଭ ଟ୍ରାକ ‘ପ୍ୟାର ତୋ ଥା’ ନିକଟରେ ରିଲିଜ ହୋଇଛି । ଏହି ଗୀତକୁ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ୟାମୀ ଗୌତମଙ୍କ ଉପରେ ଦୃଶ୍ୟାଙ୍କନ କରାଯାଇଛି । ଗୀତରେ ଆୟୁଷ୍ମାନ ଖୁରାନା ଏବଂ ୟାମୀ ଗୌତମଙ୍କ ଲଭ ଜର୍ଣ୍ଣି ଦେଖିବାକୁ ମିଳିଛି । କପରି ଦୁହେଁ ପରସ୍ପରର ପ୍ରେମରେ ପଡିବା ପରେ ବିବାହ କରନ୍ତି ତା’ପରେ ଦୁହେଁ ଅଲଗା ଅଲଗା ହୋଇଯାଆନ୍ତି ତାହା ଗୀତରେ ଦର୍ଶା ଯାଇଛି ।

ଗୀତରେ ଜୁବିନ ନୌଟିଆଲ ଓ ଅସୀସ କୌରଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଥିବା ବେଳେ ଏହାକୁ କମ୍ପୋଜ କରିଛନ୍ତି ସଚିନ-ଜିଗର । ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଚନ୍ଦା ବ୍ୟକ୍ତି ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ୭ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More