Only for Entertainment

ଇଣ୍ଡିଆନ ଆଇଡଲକୁ ନେଇ ଟ୍ୱିଟ କରିବାରୁ ସଚିନଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

news18.com
45

ଗାୟିକା ସୋନା ମହାପାତ୍ର ନିକଟ ଅତୀତରେ ଅନୁ ମଲ୍ଲିକଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ କାରଣ । ଯେଉଁଥିରେ ସଚିନ ତେନ୍ଦୁଲକରଙ୍କ ଉପରେ ସୋନା ରାଗି ଯାଇଥିବା ନଜର ଆସିଛି ।ନିକଟରେ ଇଣ୍ଡିଆନ୍ ଆଇଡଲ୍‌ରେ କିଛି ପ୍ରତିଯୋଗୀଙ୍କ ପ୍ରଦର୍ଶନ ସଚିନ୍‌ଙ୍କ ମନକୁ ବେଶ୍‌ ଛୁଇଁ ଥିଲା। ସେ ରାହୁଲ, ଚେଲ୍‌ସୀ, ଦିବସ ଓ ସନିଙ୍କ ପରି ୪ ଜଣ ପ୍ରତିଯୋଗୀଙ୍କ ଫଟୋକୁ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ପୋଷ୍ଟ କରିଥିଲେ ଓ ସେମାନେ ଭବିଷ୍ୟତରେ ବହୁତ ଆଗକୁ ଯିବେ ବୋଲି ଲେଖିଥିଲେ।

 

ତେବେ ସଚିନଙ୍କର ଏହି ଟ୍ୱିଟ୍‌ରେ ପ୍ରତିକ୍ରିୟା ଦେଇ ସୋନା ଲେଖିଛନ୍ତି, “ପ୍ରିୟ ସଚିନ, କ’ଣ ଆପଣ ମହିଳାଙ୍କ ‘ମି ଟୁ’ ଅଭିଯାନ ବିଷୟରେ ଅବଗତ ଅଛନ୍ତି, ଯେଉଁଥିରେ ଅନେକ ମହିଳା ଏପରିକି କିଛି ନାବାଳିକା ଅନୁ ମଲିକଙ୍କ ବିଷୟରେ ସର୍ବସାଧାରଣରେ କହିଥିଲେ। ସେମାନଙ୍କ ସହିତ ଘଟିଥିବା ଦୁଃଖଦ ଘଟଣା କ’ଣ କିଛି ମାନେ ରଖେ ନାହିଁ ଅବା ସେଥିରୁ ଗୋଟିଏ ବି ଆପଣଙ୍କ ମନକୁ ଛୁଇଁ ନାହିଁ।”

ସୂଚନାଯୋଗ୍ୟ, ‘ ମି ଟୁ’ ଅଭିଯାନ ପରଠାରୁ ସୋନା ଲଗାତାର ଭାବରେ ଅନୁ ମଲିକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି।  କେବଳ ସୋନା ନୁହନ୍ତି, ଶ୍ୱେତା ପଣ୍ଡିତ ମଧ୍ୟ ‘ଇଣ୍ଡିଆନ୍‌ ଆଇଡଲ୍‌’ର ଗତ ସିଜିନ୍ ବେଳେ ଅନୁଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏବେ ଏଥିରେ ଗାୟିକା ନେହା ଭାସିନ୍‌ ମଧ୍ୟ ସାମିଲ ହୋଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More