Only for Entertainment

ପ୍ରସ୍ତୁତ କରନ୍ତୁ ଜେଜେମା’ଙ୍କ କଦଳୀ ମଂଜା ଟିକି । ସ୍ୱାଦ ଖୁବ ନିଆରା ।

Chezshuchi
36

ପ୍ରତିଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇଲେ ବିରକ୍ତ ଲାଗେ, ଅଧିକ ବିରକ୍ତ ଲାଗେ ଗୋଟିଏ ପରିବାର ପୁନରାବୃତ୍ତି । କିନ୍ତୁ ଯଦି ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମିଳେ ଭୋକ ଦୁଇଗୁଣା ବଢିଯାଏ । ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ କଦଳୀ ମଂଜା ଟିକି ରେସିପି । ଯାହା ଖାଇବା ପାଇଁ ଖୁବ ସ୍ୱାଦିଷ୍ଟ ଏବଂ ରେସିପି ମଧ୍ୟ ନିଆରା । ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ କଦଳୀ ମଂଜାକୁ ଭଲ ଭାବରେ ଟିକି ଟିକି କରି କାଟି ଦିଅନ୍ତୁ । ଧ୍ୟାନ ରଖିବେ ଯେପରି ସେଥିରୁ ସୁତା ଭଳି ଗୁଡ଼ାଇ ହୋଇ ରହିଥିବା ଦ୍ରବ୍ୟକୁ ବାହାର କରିଦେବେ । ଏଭଳି କରିବା ଦ୍ୱାରା ପେଟ କାଟିବା ଭଳି ସମସ୍ୟା ଦେଖାଦେବ ନାହିଁ । ଏହାକୁ କାଟିବା ସମୟରେ ହଳଦୀ ପାଣିରେ ପକାଇବା ଜରୁରୀ, ନଚେତ ତାହା କଳା ପଡ଼ିଯିବ । ଏହାକୁ କାଟି ସାରିବା ପରେ ସେଥିରେ ଲୁଣ ହଳଦୀ ପକାଇ ସିଝାଇ ଦିଅନ୍ତୁ । ପ୍ରେସର କୁକରରେ ସିଝାଇବା ଦ୍ୱାରା ଭଲ ଭାବରେ ସିଝିଥାଏ । ଏହା ସିଝିଯିବା ପରେ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ମଂଜା ଥଣ୍ଡା ହୋଇଯିବା ପରେ ତାହାକୁ ଭଲ ଭାବରେ ଚକଟି ଦିଅନ୍ତୁ ଏବଂ ସେଥିରେ ଅଳ୍ପ ବେସନ, ଲଙ୍କା ଗୁଣ୍ଡ, ଛୋଟକଟା ପିଆଜ, ଭୃସଙ୍ଗ ପତ୍ର, ସାମାନ୍ୟ ହଳଦୀ, ଏବଂ ଅଦା ଓ ରସୁଣ ଛେଚା ପକାନ୍ତୁ । ଏବେ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ତାୱା ଗରମ କରି ତେଲ ପକାନ୍ତୁ ଏବଂ ମିଶ୍ରଣରୁ ଛୋଟ ଛୋଟ ଗୋଲ ଗୋଲି କରି ଚେପେଟା କରି ତାୱାରେ ସେକନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ କଦଳୀ ମଂଜା ଟିକି, ଏବେ ଏହି ଗରମ ଗରମ ଟିକି ସହିତ ଟମାଟୋ ସସ ୩ଏବଂ ଗ୍ରୀନ ଚଟଣି ମିଶାଇ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More