Only for Entertainment

ଗୋବିନ୍ଦାଙ୍କ ସୁପରହିଟ ଫିଲ୍ମର ରିମେକରେ ନଜର ଆସିବେ ବରୁଣ, ନାୟିକା ଭାବେ ନଜର ଆସିପାରନ୍ତି ସାରା

you tube
28

ବଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ଗୋବିନ୍ଦାଙ୍କ ସୁପରହିଟ୍ ସିନେମା କୁଲି ନମ୍ବର ୱାନର ରିମେକ୍। ଏହି ରିମେକ୍ ସିନେମାରେ ମୁଖ୍ୟ ଭୂମିକାରେ ବରୁଣ ଧୱନ ଓ ଆଲିଆ ଭଟ୍ଟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏବେ ଶୁଣିବାକୁ ମିଳୁଛି ବରୁଣ ଓ ଆଲିଆ ଏହି ସିନେମାରେ ଏକାଠି ଅଭିନୟ କରିବେ ନାହିଁ ।

କାରଣ ମେକର୍ ଡେବିଡ୍ ଧୱନ୍ ଇଚ୍ଛା ରଖିଛନ୍ତି ନାୟିକା ଭାବେ ଆଲିଆ ଭଟ୍ଟ ନୁହେଁ ବରଂ ସାରା ଅଲ୍ଲି ଖାନଙ୍କୁ କାଷ୍ଟ କରିବା ପାଇଁ । ଡେବିଡ୍ କହିଛନ୍ତି କରିଶ୍ମାଙ୍କ ରୋଲଙ୍କୁ ସାରା ବେଶ୍ ସୁନ୍ଦର ଭାବେ ତୁଲାଇ ପାରିବେ ।

ଅନ୍ୟପଟେ ବରୁଣ କିନ୍ତୁ ଇଚ୍ଛା ରଖିଛନ୍ତି ଆଲିଆ ଭଟ୍ଟଙ୍କୁ ନାୟିକା ଭାବେ ନେବା ପାଇଁ । କାରଣ ସେମାନଙ୍କ ଯୋଡି ପୂର୍ବରୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛି । ଏବେ ଦେଖିବାକୁ ବାକି ରହିଲା ଏହି ରିମେକ୍ ସିନେମାରେ କିଏ ହେଉଛନ୍ତି ହିରୋଇନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More