Only for Entertainment

ଦର୍ଶକଙ୍କୁ ପସନ୍ଦ ଆସିଲା ସୈଫଙ୍କ ଅପକମିଂ ଫିଲ୍ମ ‘ବାଜାର’ରଟ୍ରେଲର , ଦେଖନ୍ତୁ ।

0 32

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ରିଲିଜ ହେବାକୁ ଥିବା ଫିଲ୍ମ ‘ବାଜାର’ର ପୋଷ୍ଟର ଏବଂ ଟ୍ରେଲର ରିଲିଜ ହୋଇଛି । ପୋଷ୍ଟରରେ ସୈଫ ସୁଟ ପିନ୍ଧିଥିବା ନଜର ଆସିଛନ୍ତି । ପୋଷ୍ଟରରେ ତାଙ୍କ ଚେହେରା ଦେଖି ତାଙ୍କ ବୟସ ଜଣା ପଡୁଛି । ଏହି ଫିଲ୍ମରେ ସୈଫଙ୍କ ବ୍ୟତୀତ ରୋହନ ମେହେରା, ଚିତ୍ରାଙ୍ଗନ୍ଦା ସିଂ ଏବଂ ରାଧିକା ଆପ୍ତେ ଷ୍ଟାରର ‘ବାଜାର’ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ଟ୍ରେଲରକୁ ସୋସିଆଲ ମିଡିଆରେ ଖୁବ ଭଲ ରେସପନ୍ସ ମିଳିଛି । ବାଜାର’ର ଏହି ୩ମିନିଟ ଟ୍ରେଲର ଖୁବ ମଜାଦାର ହୋଇଛି । ସୈଫ ଅନେକ ଦିନ ପରେ ପରଦାରେ ଜବରଦସ୍ତ ନଜର ଆସିଛନ୍ତି ।

ଏହି ଫିଲ୍ମରେ ସୈଫ ବିଜନେଓ ଟାଇକୁନ ଶକୁନ କୋଠାରୀ ଭୁମିକାରେ ନଜର ଆସିବେ, ଯିଏ କି ଇନକମ କରିବା ପାଇଁ କିଛି ନ ବୁଝି ବିଚାରି ଆଗକୁ ମାଡି ଚାଲିଥାଏ । ପୋଷ୍ଟରରେ କ୍ୟାପଶନ ରହିଛି ‘ବଡା ଆଦମୀ କେ ଲିଏ , ଲାଇନ କ୍ରଶ କରନି ପଡତି ହେ(ବଡ ହେବା ଲାଗି ସୀମା ଅତିକ୍ରମ କରିବାକୁ ପଡେ)’ । ଏହି ଫିଲ୍ମ ଜରିଆରେ ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ ବିନୋଦ ମେହେରା ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲରରେ ଜବରଦସ୍ତ ଡାଏଲଗ ଶୁଣିବାକୁ ମିଳିଛି ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଗୌରବ କେ ଚାୱଲା, ସ୍କ୍ରିନ ପ୍ଲେ ନିଖିଲ ଆଡଭାନୀ, ପରବେଜ ଶେଖ ଏବଂ ଅସୀମ ଅରୋରା ମିଶି କରିଛନ୍ତି । ଏହି ଫିଲ୍ମ ୨୬ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More