Only for Entertainment

ଦିଶା ପାଟନୀଙ୍କ ପୂର୍ବରୁ ଏହି ଅଭିନେତ୍ରୀ ଭାଙ୍ଗିଛନ୍ତି ସଲମାନ ଖାନଙ୍କ ‘ନୋ କିସିଂ ପଲିସି’

bollywood tadka
29

ବଲିଉଡ ଅଭିନେତା ସଲମାନ ଖାନଙ୍କ ।ଗାମୀ ଫିଲ୍ମ ‘ଭାରତ’ର ଗୀତ ‘ସ୍ଲୋ ମୋସନ’ ନିକଟରେ ରିଲିମଜ ହୋଇଛି । ଏହି ଗୀତରେ ଦିଶା ଏବଂ ସଲମାନଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହି ଗୀତକୁ ଲୋକେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ଗୀତକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଥିବା ବେଳେ ଏବେ ଏହି ଗୀତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚର୍ଚ୍ଚା ହେଉଛି ଯେ, ସଲମାନ ଖାନ ଏହି ଗୀତରେ ପ୍ରଥମ ଥର ପାଇଁ ଅନ ସ୍କ୍ରିନ କିସ୍ କରିଛନ୍ତି ।

  

କହିରଖୁଛୁ ଯେ, ସଲମାନ ଇଣ୍ଡଷଷ୍ଟ୍ରୀରେ ଏକ ମାତ୍ର ଷ୍ଟାର ଯେ କିସ୍ ଏବଂ ଇଣ୍ଟିମେଟ ସିନ ଠାରୂ ଦୂରରେ ଅଛନ୍ତି । ସଲମାନ ଏହି ମାମଲାରେ ‘ନୋ କିସିଂ ପଲିସି’କୁ ଫଲୋ କରୁଛନ୍ତି । କିନ୍ତୁ ଭାରତର ଏହି ଗୀତରେ ଦିଶା ସଲମାନଙ୍କୁ କିସ କରି ଏହି ପଲିସିକୁ ଭାଙ୍ଗିଛନ୍ତି । ସେଥିପାଇଁ ଚର୍ଚ୍ଚା ହେଇଛି ଯେ, ସଲମାନ ପ୍ରଥମ ଥର ପାଇଁ ସ୍କ୍ରିନରେ କିସ କରିଛନ୍ତି ।

କିନ୍ତୁ ଆପଣ ଜାଣିନଥିବେ ଯେ ଦିଶା ପ୍ରଥମ ଅଭିନେତ୍ରୀ ନୁହେଁ ଯେ, ସଲମାନଙ୍କ ସ୍କ୍ରିନରେ କିସ୍ କରିଛନ୍ତି ଏହା ପୂର୍ବରୁ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଜିତ୍’ର ଗୀତ ‘ଅଭି ସାଂସ ଲେନେ କି ଫୁର୍ସତ ନହିଁ’ରେ ସଲମାନ ଖାନଙ୍କବୁ ଅଭିନେତ୍ରୀ କରିଶ୍ମା କପୁର କିସ୍ କରିଥିଲେ । ଗୀତରେ ସଲମାନ ଆଇସକ୍ରିମ ଖାଉଥିବା ବେଳେ କରିଶ୍ମା ତାଙ୍କ ଓଠକୁ କିସ୍ କରିଥିଲେ ।

salman khan

ଫିଲ୍ମ ‘ଭାରତ’ ବିଷୟରେ କହିବାକୁ ଗଲେ ଫିଲ୍ମରେ ସଲମାନ ଏବଂ ଦିଶାଙ୍କ ବ୍ୟତିତ କ୍ୟାଟ୍ରିନା କୈଫ, ସୁନିଲ ଗ୍ରୋବର, ଜ୍ୟାକି ଶ୍ରଫଙ୍କ ପରି ଅଭିନେତା ନଜର ଆସିବେ । ଏହି ଫିଲ୍ମ ୫ ଜୁନରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More