ଜିରା ଦ୍ୱାରା କରନ୍ତୁ ବିଭିନ୍ନ ରୋଗର ଉପଚାର ! ଜାଣନ୍ତୁ କିପରି . . .
ସାଧାରଣତଃ ଥଣ୍ଡା ପାଗରେ ଅଧିକାଂଶ ଲୋକଙ୍କଠାରେ ବିଭିନ୍ନ ଶାରୀରିକ ସମସ୍ୟା ତଥା ବିଶେଷ କରି ଥଣ୍ଡା ଜ୍ୱର ପରିଲକ୍ଷିତ ହୋଇଥାଏ । ଏଥିସହ ମୁଣ୍ଡ ବିନ୍ଧା ହେବା, ନାକରୁ ପାଣି ବାହାରିବା, ଜ୍ୱର ହେବା ସହ ଘୋଳାବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ତେବେ ଏହି ଅବସରରେ ଜିରା ସେବନ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
ଜିରାରେ ନା କେବଳ ଜ୍ୱର ଦୂର କରିବାର ପ୍ରତିରୋଧକ ଶକ୍ତି ରହିଛି ତାହା ନୁହେଁ ଏଥିରେ ମଧ୍ୟ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ କିଛି ତଥ୍ୟ ।
• ଯଦି ଆପଣ କୌଣସି ଜ୍ୱର କିମ୍ବା ଥଣ୍ଡା ରୋଗରେ ପୀଡିତ ତେବେ ଜିରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।
- ସାଧାରଣତଃ ଜିରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।
- ଗରମ ପାଣିରେ କିଛି ମାତ୍ରାରେ ଜିରା ପକାଇ ତା’ର ବାମ୍ଫ ନିଅନ୍ତୁ ଆଉ ବାମ୍ଫ ନେବା ପରେ ମୁହୁଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡନ୍ତୁ । ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ମିଳିଥାଏ ।
- ଜିରା ଜ୍ୱର ଭଲ କରିବା ସହିତ ଓଜନ ମଧ୍ୟ କମାଇବାରେ ସହାୟକ ହୋଇଥାଏ ।
- ଖାଦ୍ୟରେ ନିୟମିତ ଭାବରେ ଜିରା ବ୍ୟବହାର କରିବା ଦ୍ୱାରା ହୃଦୟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
- ଜିରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ