Only for Entertainment

ଭୋଜପୁରୀ ଯୋଡି ହେଲେ ଆଉ ଜଣେ କଳାକାର, ଭିଡିଓ ମଚାଇଲା ଧମାଲ ।

zeenews
0 66

ଯେଉଁଠାରେ ଏବେ ଗୋଟେ ପଟେ ଭୋଜପୁରୀ ଗୀତ ଏବଂ ଫିଲ୍ମ ଜୋରଶୋରରେ ଦେଖିବାକୁ ମିଳୁଛି , ସେହିଠାରେ ଏବେ ଏହି ଜଗତରେ ଆଉ ଏକ କଳାକାର ଏଂଟ୍ରି କରିଛନ୍ତି । ଆଜ୍ଞା ହଁ, ହିନ୍ଦୀ ଗୀତର ପ୍ରସିଦ୍ଧ ସିଙ୍ଗର ଅକାସା ସିଂ ଏବେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି । ଆପଣଙ୍କର ମନେଥିବ ତାଙ୍କ ଗୀତ ଠଗ୍ ରାଂଝା ଖୁବ ଭାଇରାଲ ହୋଇଥିଲା ଏବଂ ଏହି ଗୀତକୁ ୟୁଟ୍ୟୁବରେ ୨କୋଟିରୁ ଉଦ୍ଧ୍ୱର୍ ଥର ଦେଖା ଯାଇ ସାରିଲାଣି । ଏବେ ଏହି ଗୀତକୁ ଅକାସା ଭୋଜପୁରୀ ଅନ୍ଦାଜରେ ପରିବେଶଣ କରିଛନ୍ତି , ଯାହା ଇଂଟରନେଟରେ ଖୁବ ପସନ୍ଦ ମଧ୍ୟ କରାଯାଉଛି ।

ଅକାସାଙ୍କ ଭୋଜପୁରୀ ଭର୍ସନ ବାୟୁ କମ୍ପୋଜ କରିଛନ୍ତି, ଏହାର ଲିରିକ୍ସ ଲେଖିଛନ୍ତି ବିବେକ ତ୍ରିପାଠୀ । ଅକାସାଙ୍କ ଏହି ଗୀତକୁ ସୋନି ମ୍ୟୁଜିକ ରିଲିଜ କରିଛି । ଏଠାରେ ଆମେ ଜଣାଇ ରଖୁଛୁ ଯେ ଅକାସାଙ୍କ ପ୍ରଥମ ପପୁଲାରିଟି ୨୦୧୬ରେ ‘ସନମ ତେରୀ କସମ’ର ଖିଚ ମେରୀ ଫଟୋ ଗୀତରୁ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More