Only for Entertainment

ବରୁଣ ଧୱନ ଏବଂ ଶ୍ରଦ୍ଧା କପୁରଙ୍କ ଅନ୍ଦାଜରେ ସାମ୍ନାକୁ ଆସିଲା ଫେମସ ପଂଜାବୀ ଗୀତ ‘ହାଇ ରେଟେଡ ଗବ୍ରୁ’ ।

zeenews
0 41

‘ହାଇ ରେଟେଡ ଗବରୁ’ପଂଜାବୀ ସିଙ୍ଗର ଗୁରୁ ରନ୍ଧାୱାଙ୍କ ସୁପରହିଟ ଗୀତ ଅଟେ ଏବଂ ଆଜି ଏହି ଗୀତ ହଠାତ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି । କଥା ଏହା ଯେ ଏହାକୁ ପୁଣି ଥରେ ବରୁଣ ଧୱନ ଏବଂ ଶ୍ରଦ୍ଧା କପୁର ପୁଣି ଥରେ ଆଣିଛନ୍ତି । ପୂର୍ବ ବର୍ଷ ଏହି ଯୋଡି ଗୀତଟିକୁ ମୁମ୍ବ୍ଧବ ଷ୍ଟୁଡିଓରେ ସୁଟ କରିଥିଲେ । ଯାହାର ଭିଡିଓ ଏବେ ରିଲିଜ ହୋଇଛି । ଏହି ଗୀତରେ ବରୁଣ ଧୱନ ଏବଂ ଶ୍ରଦ୍ଧା କପୁରଙ୍କ ସହ ଏବିସିଡି-୨ର କୋଷ୍ଟାର ମଧ୍ୟ ନଜର ଆସିଛନ୍ତି ।

ଏହି ଗୀତ କୋରିଓଗ୍ରାଫର ତଥା ନିର୍ଦ୍ଧେଶକ ରେମୋ ଡିସୁଜାଙ୍କ ଆଗାମୀ ଫିଲ୍ମ ‘ନବାବଜାଦେ’ରେ ସ୍ଥାନ ପାଇବ । ଏହି ଫିଲ୍ମରେ ଧର୍ମେଶ ୟେଲାଣ୍ଡେ, ରାଘବ ଜୁୟାଲ ଏବଂ ପୁନୀତ ପାଠକ ମୁଖ୍ୟ ରୋଲରେ ନଜର ଆସିବେ । ଏହି ଫିଲ୍ମ ପ୍ରଡକ୍ସନ ରେମୋ ଡିସୁଜା କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଜୟେଶ ପ୍ରଧାନ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More