Only for Entertainment

ବିଗ୍ ବସ୍-୧୨ ପାଇଁ ଅଡିସନ ଆରମ୍ଭ, ଦେଖିବାକୁ ମିଳିବ ନୂଆ ଟୁଇଷ୍ଟ

DNA India
0 44

ଟିଭି ଦୁନିଆର ସବୁଠାରୁ ମନପସନ୍ଦ ରିୟଲିଟି ଶୋ’ ବିଗ୍ ବସ୍ ଫ୍ୟାନ୍ସଙ୍କ ପାଇ ଖୁସି ଖବର । ବିଗ ବସ ୧୨ ପାଇଁ ଅଡିସନ ଆରମ୍ଭ ହୋଇଯାଇଛି । କିନ୍ତୁ ପୂର୍ବ ଅପେକ୍ଷା ଅଡିସନ ପାଇଁ ନୂଆ ଟୁଇଷ୍ଟ ରଖାଯାଇଛି ।

କଲର୍ସ ଚ୍ୟାନେଲର ଟୁଇଟର ହ୍ୟାଣ୍ଡେଲରେ ଏହାର ସୂଚନା ଦିଆଯାଇଛି । ଏହି ଟ୍ୱିଟରେ କୁହାଯାଇଛି ଯେ. ବିଗ ବସ -୧୨ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଏଥର ଆମେ ଯୋଡିରେ ପ୍ରତିଯୋଗୀ ଚାହୁଁଛୁ । ତେଣୁ ବିଗ୍ ବସର ଘରେ ଡବଲ ଧମାଲ କରିବା ପାଇଁ ନିଜ ପାର୍ଟନରଙ୍କୁ ଆଣି ଆସନ୍ତୁ । ଅଡିସନ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ ବିଗ୍ ବସର ପ୍ରତ୍ୟେକ ସିଜିନ ଅକ୍ଟୋବରରେ ଆସିଥାଏ । କିନ୍ତୁ ଲମ୍ବା ଚୟନ ପ୍ରକ୍ରିୟା କାରଣରୁ ଏହାର ଅଡିସନ ଶୀଘ୍ର ଆରମ୍ଭ କରାଯାଇଛି ।

ବିଗ୍ ବସ୍ ୧୧ର ବିଜେତା ଶିଳ୍ପା ସିନେ୍ଧ ହୋଇଥିଲେ । ଏହା ସହିତ ଟିଭିର ସଂସ୍କାରୀ ବେହୂ ହିନା ଖାନ ଫାଷ୍ଟ ରନର ଅପ ହୋଇଥିଲେ । ତେବେ ଶୋ’ର ପ୍ରଶଂସକମାନେ ପୁଣିଥରେ ଶୋ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More