Only for Entertainment

ଜାଣନ୍ତୁ ଏହି ରାଶିର ଝିଅମାନଙ୍କ ସ୍ୱଭାବ, ଡେଟ କରିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ !

liputan6
0 75

ଆଜିକାଲି ପ୍ରେମରେ ସମସ୍ତଙ୍କୁ ଉବୁଟୁବ ହେବା ଆପଣ ଦେଖିଥିବେ । ଯଦି ଝିଅ ସୁନ୍ଦର ହୋଇଥାଏ ତେବେ ପୁଅମାନେ ଖୁବ ଶୀଘ୍ର ତାଙ୍କ ପ୍ରେମରେ ପଡିଯାଆନ୍ତି । ପ୍ରେମରେ ପଡିଲେ ଅନେକ ସ୍ୱପ୍ନ ଏବଂ ଅନେକ ବିଶ୍ୱାସ ରହିଥାଏ ପରସ୍ପରଙ୍କର ପରସ୍ପରଙ୍କ ଉପରେ । ମାତ୍ର ବେଳେବେଳେ ତରବରିଆ ପଦକ୍ଷେପ ଯୋଗୁଁ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କାରଣ ଯାହା ସାମ୍ନାକୁ ଦେଖାଯାଏ ତାହା ମନରେ ନଥାଏ । ତେଣୁ ଭାବି ଚିନ୍ତି ପଦକ୍ଷେପ ନେଲେ ଭବିଷ୍ୟତରେ କିଛି ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ । ଜ୍ୟୋତିଷ ଶାସ୍ତ୍ରରେ ଏପରି ଚରିତ୍ର ପାଇଁ ରାଶି ଦାୟୀ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଝିଅଙ୍କ ସ୍ୱଭାବ ।

କୁମ୍ଭ

ଏହି ରାଶିର ଝିଅମାନେ ଭାରି ଚତୁର । ଏମାନଙ୍କ ସାଙ୍ଗରେ କେବେ କେହି ବିଶ୍ୱଘାତକତା କଲେ କେବେ ଛାଡ଼ନ୍ତି ନାହିଁ। ଏମାନେ ନିଜ କଥାରେ ସମସ୍ତଙ୍କୁ ଫସାଇ ଦିଅନ୍ତି। କଥା କଥାରେ ଅନ୍ୟକୁ ମନାଇବାର ଏମାନେ ମାଷ୍ଟରମାଇଣ୍ଡ । ଏହି ରାଶିର ଝିଅମାନେ ନିଜ ବୟଫ୍ରେଣ୍ଡକୁ ସବୁବେଳେ ନିଜ ଅନୁସାରେ ଚଳିବାକୁ ବାଧ୍ୟ କରିଥାନ୍ତି।

ସିଂହ

ଏହି ରାଶିର ଝିଅମାନେ ବଦରାଗୀ ଅଟନ୍ତି , ନିଜ ପ୍ରେମକୁ ପାଇବାକୁ ଯେ କୌଣସି ସ୍ତରକୁ ଯାଇପାରନ୍ତି। ବେଳେବେଳେ ନିଜ ଭଲପାଇବାକୁ ନେଇ ଦେବାଳିଅ।। ହୋଇ ଏପରି କାମ କରି ପକାନ୍ତି, ଯାହାର କୁପ୍ରଭାବ ଅନ୍ୟମାନଙ୍କ ଉପରେ ପଡିଥାଏ। ବୟଫ୍ରେଣ୍ଡକୁ ନିଜ କଥାରେ ଚଳିବାକୁ ବାଧ୍ୟ କରିଥାନ୍ତି ଏହି ରାଶିର ଝିଅ। ଯଦି ବୟଫ୍ରେଣ୍ଡ କଥା ଶୁଣୁ ନ ଥାଏ ତାହାହେଲେ ସେମାନେ ରାଗି ଯାଆନ୍ତି।

ବୃଷ

ଏହି ରାଶିର ଝିଅମାନେ ଭାରି ରାଗି । ଏମାନେ ଛୋଟ ଛୋଟ କଥା ନେଇ ବୟଫ୍ରେଣ୍ଡଙ୍କ ସହ ଝଗଡ଼ା କରିଥାନ୍ତି। ନିଜର ବୟଫ୍ରେଣ୍ଡକୁ ସାଙ୍ଗମାନଙ୍କ ପାଖରୁ ଦୂରେଇ ରଖିବାକୁ ଏମାନେ ସବୁବେଳେ ଚାହିଁଥାନ୍ତି।

ମୀନ

ଏହି ରାଶିର ଝିଅଙ୍କୁ ବୁଝିବା ଭାରି କଷ୍ଟକର। ଏମାନେ ନିଜର କ୍ଷତି କରିବା ସହ ଅନ୍ୟର ମଧ୍ୟ କ୍ଷତି କରିଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More