Only for Entertainment

‘ବିଗ ବସ-୧୨’ର ନୂଆ ପ୍ରୋମୋ ରିଲିଜ, ସରକାରୀ ବାବୁ ଲୁକରେ ନଜର ଆସିଲେ ସଲମାନ ।

Hindustan Times
0 36

ଟିଭି ରିୟଲିଟି ଶୋ’ ବିଗ ବସ ସିଜିନ ୧୨ର ନୂଆ ପ୍ରୋମୋ ନିକଟରେ ରିଲିଜ କରାଯାଇଛି । ପ୍ରୋମୋରେ ଶୋର ହୋଷ୍ଟ ସଲମାନ ଖାନ ବିତିତ୍ର ଯୋଡି ବିଷୟରେ କହୁଥିବା ଶୁଣିବାକୁ ମିଳିଛି । ବିଗ ବସର ଏହି ନୂଆ ପ୍ରୋମୋରେ ସଲମାନ ସରକାରୀ ବାବୁ ଭୂମିକାରେ ନଜର ଆସିଛନ୍ତି । ଭିଡିଓରେ ସଲମାନ ଚୁଗୁଲି କରୁଥିବା ପିଅନ ଏବଂ କାମଚୋର ମ୍ୟାଡାମଙ୍କ ଯୋଡି ବିଷୟରେ କହୁଥିବାର ଦେଖିବାକୁ ମିଳିଛି ।


ଖବର ଅନୁସାରେ ନିକଟରେ ଶୋ’ର ଫର୍ମାଟକୁ ବଦଳାଇ ଦିଆଯାଇଛି । ପ୍ରଥମେ ସେଲିବ୍ରିଟି ଯୋଡି ଆସିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବଡ ସେଲିବ୍ରିଟି ଯୋଡି ନ ମିଳିବାରୁ ଯୋଡି ଥିମରେ ପରିବର୍ତ୍ତନ କରାଯାଇଛି ।

ରିପୋର୍ଟ ଅନୁସାରେ ବିଗ ବସର ଏହି ସିଜିନରେ ସେଲିବ୍ରିଟି ଯୋଡିଙ୍କୁ ଦେଖିବାକୁ ମିଳିବ ନାହିଁ । ଶୋରେ ୬ ସିଙ୍ଗିଲ ସେଲିବ୍ରିଟି, ୫ କମନ ଯୋଡି ଏବଂ ୫ କମନର୍ସ ରହିବେ । କୁହାଯାଉଛି ଯେ ଶୋ ୧୬ ସେପ୍ଟେମ୍ବରରୁ ଆରମ୍ବ ହେବ ଏବଂ ୧୨ ଡିସେମ୍ବରରରେ ଶେଷ ହେବ । ଏବା ପରେ ସଲମାନ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More