Only for Entertainment

ବାସ୍ତବରେ ଧନୀ ନୁହଁନ୍ତି ରଶ୍ମି ଦେଶାଇଙ୍କ ବଏଫ୍ରେଣ୍ଡ! ଠକେଇ ଅଭିଯୋଗ ଆଣିଲେ ଅରହାନଙ୍କ ପୂର୍ବ ଗର୍ଲଫ୍ରେଣ୍ଡ

kanaklifestyle
42

ବିଗବସ ୧୩ରେ ପ୍ରତିଦିନ ଚାଲିଛି ଗୋଟିଏ ପରେ ଗୋଟିଏ ଡ୍ରାମା । ଦର୍ଶକଙ୍କୁ ମଧ୍ୟ ଏହି ରିଆଲିଟି ଶୋ’ର ଷ୍ଟ୍ରାଟେଜୀ ଖୁବ ପସନ୍ଦ ଆସୁଛି । ଗତ କିଛି ଦିନ ପୂର୍ବରୁ ଶୋ’ରୁ ବାହାରିଥିଲେ ରଶ୍ମି ଦେଶାଇଙ୍କ ବଏଫ୍ରେଣ୍ଡ ଅରହାନ । କିନ୍ତୁ ୱାଇଲଡ କାର୍ଡ଼ ଏଂଟ୍ରି ମାଧ୍ୟମରେ ସେ ପୁଣିଥରେ ଘରକୁ ଫେରିଛନ୍ତି କିଛି ଭିନ୍ନ ଭାବରେ ଖେଳିବା ପାଇଁ । ଗତକାଲି ସେ ରଶ୍ମି ଦେଶାଇଙ୍କୁ ପ୍ରପୋଜ କରିଛନ୍ତି । ଏହି ମଧ୍ୟରେ ସାମ୍ନାକୁ ଆସିଛି ବାହାରରେ ଥିବା ଅରହାନଙ୍କ ଗର୍ଲଫ୍ରେଣ୍ଡ ଅମୃତାଙ୍କ ଭିଡ଼ିଓ । ଭିଡ଼ିଓରେ ସେ ଅରହାନଙ୍କ ବିଷୟରେ କେତେକ କଥା କହିଛନ୍ତି । ଅମୃତା କହିଛନ୍ତିଯେ ଅରହାନ ପ୍ରକୃତରେ ଧନୀ ନୁହଁନ୍ତି, ଏହି କିଛି ଦିନ ହେବ ସାମାନ୍ୟ ଧନୀ ହୋଇଛନ୍ତି । ଏହା ପୂର୍ବରୁ ସେ ମଲାଡରେ ଏକ ଝିଅ ସହିତ ରହୁଥିଲେ, ଯେଉଁଠାରେ ଘରଭଡ଼ା ମାତ୍ର ୬ ହଜାର ଟଙ୍କା ଥିଲା, ତାହାକୁ ମଧ୍ୟ ନ ଦେଇ ସେ ସେଠାରୁ ଚାଲି ଆସିଛନ୍ତି । ଯେଉଁମାନେ ଭାବୁଛନ୍ତିଯେ ଅରହାନ ଧନୀ ସେମାନେ ଥରେ ତା ଇତିହାସ ବାହାର କରନ୍ତୁ । ନିଜେ ଅଳ୍ପ କିଛି ଟଙ୍କା ରୋଜଗାର କରିଛି ଏବଂ ବାକି ରଶ୍ମି ଟଙ୍କାରେ ଚଳୁଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More