Only for Entertainment

ଶୁଷ୍କ କେଶରୁ ରକ୍ଷା କରିବା ପାଇଁ ଯଥେଷ୍ଟ ସହାୟକ ହୋଇଥାଏ ସୋରିଷ ତେଲ

33

କେଶ ଶୁଷ୍କ ହୋଇ ଖରାପ ଦେଖାଯିବା ଏକ ସାଧାରଣ କଥା । ଘରୁ ବାହାରିବା ମାତ୍ରେ କେଶରେ ଧୂଳି ଲାଗି କେଶ ଶୁଷ୍କ ହୋଇଯାଏ । କେବଳ ସେତିକି ନୁହେଁ ଦୈନନ୍ଦିନ ଖାଇବାରେ କିଛି ସମସ୍ୟା ରହିଲେ ମଧ୍ୟ କେଶ ଶୁଷ୍କ ହୋଇଯାଏ । ତେବେ ଆମେ ଆପଣଙ୍କୁ ଅଧିକାଂଶ ସମୟରେ ଏହାର କିଛି ଉପଚାର ବିଷୟରେ ଜଣାଇଥାଉ । ଆଜି ମଧ୍ୟ ଠିକ ସେହିଭଳି ଏକ ଉପଚାର ବିଷୟରେ ଆଲୋଚନା କରୁଛୁ । ଆଜ୍ଞା ହଁ ଆପଣଙ୍କ ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ସୋରିଷ ତେଲ । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ଏକାଧିକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ସେହି ମଧ୍ୟରୁ କେଶ ଶୁ୍ଷ୍କ ହେବା ଏକ ସମସ୍ୟା ।

ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ ଏବଂ ସେଥିରେ ସୋରିଷ ତେଲ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହାପରେ ଏକ ଫ୍ରେଶ ଟାୱେଲ ନିଅନ୍ତୁ ଏବଂ ତାହାକୁ ସାମାନ୍ୟ ଗରମ ପାଣିରେ ବୁଡ଼ାନ୍ତୁ । ଏହା ସମ୍ପୂର୍ଣ୍ଣ ଭାବରେ ଭିଜିଯିବା ପରେ ଏହା ମାଧ୍ୟମରେ କେଶକୁ ଘୋଡ଼ାଇ ଦିଅନ୍ତୁ । ୩୦ରୁ ୪୦ ମିନିଟ ପରେ ଏହାକୁ ସାମ୍ପୁରେ ଧୋଇ ଦିଅନ୍ତୁ । ଏହିଭଳି କରିବା ଦ୍ୱାରା ଫିଜି ହେୟାର ଖୁବ ଶୀଘ୍ର ଭଲ ଦେଖାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More