Only for Entertainment

ଫିଲ୍ମର ୪୦୦ ଜଣ ସଦସ୍ୟଙ୍କୁ ଏଭଳି ଉପହାର ଦେଲେ ବିଜୟ, ସମସ୍ତେ…

newsbytes
101

ହଠାତ ଚର୍ଚ୍ଚାକୁ ଆସି ଯାଇଛନ୍ତି ସାଉଥର ଜଣେ ସୁପରଷ୍ଟାର । ଯିଏ ଫିଲ୍ମର ୪୦୦ ସଦସ୍ୟଙ୍କୁ ଏଭଳି ଏକ ଉପହାର ଦେଇଛନ୍ତିଯେ ତାଙ୍କ କାହାଣୀ ବର୍ତ୍ତମାନ ହେଡଲାଇନ ହୋଇଯାଇଛି । ଆଜ୍ଞା ହଁ ଆମେ ଆଲୋଚନା କରୁଛୁ ସାଉଥ ସୁପରଷ୍ଟାର ବିଜୟଙ୍କ ବିଷୟରେ ।

 

ସାଉଥ୍‌ ସୁପରଷ୍ଟାର ବିଜୟ ଏବେ କରିଥିବା କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି । ନିଜର ଆଗାମୀ ଫିଲ୍ମ ‘ବିଗିଲ୍‌’ର ୪୦୦ କ୍ର୍ୟୁ ସଦସ୍ୟଙ୍କୁ ସେ ସୁନା ମୁଦି ଉପହାରରେ ଦେଇଥିବା ଜଣାପଡ଼ିଛି । ଦିଆଯାଇଥିବା ସୁନା ମୁଦିରେ ଫିଲ୍ମର ନାଁ ‘ବିଗିଲ୍‌’ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ଅଗଷ୍ଟ ୧୩ରେ ଫିଲ୍ମରେ ବିଜୟଙ୍କର ଥିବା ଦୃଶ୍ୟର ସୁଟିଂ ଶେଷ ହୋଇଥିଲା । ଯାହା ପରେ ସେ ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ସୁନା ମୁଦି ଦେଇଥିଲେ । ବିଜୟଙ୍କ ହଠାତ୍‌ ଏଭଳି ଉପହାର ଦେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ କ୍ର୍ୟୁ ସଦସ୍ୟଙ୍କୁ ଧନ୍ୟବାଦ ଦେବାକୁ ଯାଇ ସେ ଏଭଳି କରିଥିବା ଜଣାପଡ଼ିଛି ।

 

ସୂଚନା ମୁତାବକ, ‘ବିଗିଲ୍‌’ ଆସନ୍ତା ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ବ୍ୟତୀତ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଫିଲ୍ମରେ ବିଜୟଙ୍କ ବ୍ୟତୀତ ନୟନତାରା ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ସୂଚନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More