Only for Entertainment

 ‘ବିକିନି ଏୟାରଲାଇନ୍ସ’ରେ ଭାରତୀୟ କରିପାରିବେ ମାତ୍ର ୯ ଟଙ୍କାରେ ଯାତ୍ରା, ଆଜି ହିଁ ଶେଷ ହେଉଛି ଅଫର

ndtv
124

 ବିଦେଶ ବୁଲିବା ଏବେ ଖୁବ ମହଙ୍ଗା ହୋଇଗଲାଣି । ଖାସ କରି ଫ୍ଲାଇଟ ଟିକେଟ କଥା କହିଲେ ନସରେ । କିନ୍ତୁ ଏକ ଏୟାର ଲାଇନ୍ସ ଭାରତୀୟ ମାନଙ୍କ ଏକ ଖାସ ଅଫର ନେଇ ଆସିଛନ୍ତି । ଯେଉଁଥିରେ ଯାତ୍ରୀମାନେ କେବଳ ୯ ଟଙ୍କାରେ ଯାତ୍ରା କରିପାରିବେ ।

ଭିଏତନାମାର ଭିୟତ ଏୟାରଲାଇନ୍ସ ଭାରତୀୟମାନଙ୍କ ପାଇଁ ଏକ ସାନଦାର ଅଫର ନେଇ ଆସିଛନ୍ତି । ଏହି ଏୟାରଲାଇନ୍ସ ଟିକେଟର ମୂଲ୍ୟ ମାତ୍ର ୯ ଟଙ୍କାରୁ ଆରମ୍ଭ କରୁଛନ୍ତି । ଏହି ଏୟାରଲାଇନ୍ସ ଭାରତ ଏବଂ ଭିଏତନାମା ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହି କାରଣ ପାଇଁ ଏୟାରଲାଇନ୍ସ ଏହି ଏଫର ଆରମ୍ଭ କରିଛି । କାସ କଥା ହେଉଛି ଏହି ଏୟାରଲାଇନ୍ସର କିଛି ଫ୍ଲାଇଟରେ କ୍ୟାବିନ କ୍ରୁ ମେମ୍ବର ବିକିନରେ ନଜର ଆସିଥାନ୍ତି । ସେଥିପାଇଁ ଏହି ଏୟାର ଲାଇନ୍ସକୁ ବିକିନି ଏୟାର ଲାଇନ୍ସ ମଧ୍ୟ କୁହାଯାଏ ।

ଏହି ଏୟାର ଲାଇନ୍ସ ହୋ ଚି ମିହ୍ନ ସିଟିରୁ ହନୋଇ ଟାରୁ ନୂଆ ଦିଲ୍ଲୀ ପାଇଁ ଡାଇରେକ୍ଟ ଫ୍ଲାଇଟ ଆରମ୍ଭ କରୁଛନ୍ତି । ଯେଉଁଥିପାଇଁ ଏୟାରଲାଇନ୍ସ ମାତ୍ର ୩ ଦିନର ବୁକିଂ ଅଫର ସ୍କିମ ଆରମ୍ଭ କରିଛନ୍ତି । ଅଗଷ୍ଟ ୨୦-୨୨ ମଧ୍ୟରେ ଆପଣ ଏହି ଅଫର ପାଇପାରିବେ । ଏହି ଅଫର ନାମ ସୁପର ସେଭିଙ୍ଗ ଟିକେଟ ରହିଛି । ଯଦି ଆପଣ ଏହି ତିନି ଦିନ ମଧ୍ୟରେ ଟିକେଟ ବୁକ କରନ୍ତି ତେବେ ଆପଣ ମାତ୍ର ୯ ଟଙ୍କାରେ ବୁକ କରିପାରିବେ ।

ବିନା ଅଫରରେ ଏହି ଫ୍ଲାଇଟରେ ଦିଲ୍ଲୀରୁ ହୋ ଚି ମିହ୍ନର ଟିକେଟ ମୂଳ୍ୟ ରହିଛି ୪୨୦୦ । ପୂରା ଯିବା ଆସିବା ଖର୍ଚ୍ଚ ରହିଛି ୧୩,୭୫୦ । ୬ ଡିସେମ୍ବରୁ ଭାରତୀୟ ମାନେ ଏହି ଏୟାରଲାଇନ୍ସରେ ଯାତ୍ରା ଆରମ୍ଭ କରିପାରିବେ । ସପ୍ତାହରେ ଏହି ଫ୍ଲାଇଟ ମାତ୍ର ୪ ଦିନ (ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର) ଭାରତକୁ ଯାତ୍ରା କରିବ । \nକିପରି

କରିବେ ଟିକେଟ ବୁକ-

ଫ୍ଲାଇଟ ଟିକେଟ ବୁକ କରିବା ପାଇଁ ଅଫିସିଆଲ ୱେବସାଇଟ www.vietjetair.com, ମୋବାଇଲରେm.vietjetair.com ଏବଂ ମୋବାଇଲ ଆପ Vietjet Airରୁ ଯାଇ ଟିକେଟ ବୁକ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More