Only for Entertainment

୩୧ ବର୍ଷରେ ପାଦ ଦେଲେ ଆଶିକି ଗର୍ଲ ଶ୍ରଦ୍ଧା କପୁର, ଜାଣନ୍ତୁ ଶ୍ରଦ୍ଧାଙ୍କ ବିଷୟରେ କିଛି ଅଜଣା କଥା

NewsCrab
0 71

ବଲିଉଡର ଆଶିକି ଗର୍ଲ ଭାବେ ପରିଚିତ ଶ୍ରଦ୍ଧା କପୁର ଆଜି ୩୧ ବର୍ଷରେ ପାଦ ରଖିଛନ୍ତି । ୩ ମାର୍ଚ୍ଚ ୧୯୮୮ରେ ତାଙ୍କର ଜନ୍ମ ହୋଇଥିଲା । ନିଜର ବିୟୁଟିଫୁଲ୍ ଲୁକ୍ ଆଉ ଆଟ୍ରାକ୍ଟିଭ୍ ପର୍ସନାଲିଟି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଶ୍ରଦ୍ଧା । ଚଳଚ୍ଚିତ୍ର ଆଶିକି-ଟୁ ରୁ ନିଜର ଆକ୍ଟିଂ କ୍ୟାରିଅର୍ ଆରମ୍ଭ କରିଥିବା ଏହି ସୁନ୍ଦରୀ ଜଣଙ୍କ ଖୁବ୍ କମ୍ ସମୟ ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି । ଯୁବ ପିଢୀର ଯେତେ ସବୁ ନାୟକ, ସେ ଆଦିତ୍ୟ ରୟ କପୁର ହୁଅନ୍ତୁ ଅବା ସିଦ୍ଧାର୍ଥ ମଲହୋତ୍ରା, ସାହିଦ୍ କପୁର ହୁଅନ୍ତୁ କି ବରୁଣ ଧୱନ ସମସ୍ତଙ୍କ ସହ ଶ୍ରଦ୍ଧାଙ୍କ ଯୋଡି ବେସ୍ ଆକର୍ଷଣୀୟ ଲାଗେ । ଅଭିନୟ ଠାରୁ ଆରମ୍ଭ କରି ଡ୍ୟାନ୍ସ ତଥା ସିଙ୍ଗି ଦକ୍ଷତା ମଧ୍ୟ ରହିଛି ଶ୍ରଦ୍ଧାଙ୍କ ପାଖରେ । ସେଥିପାଇଁ ତ ପ୍ରଶଂସକଙ୍କ ପ୍ରିୟ ହୋଇ ପାରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ପିତା ଶକ୍ତି କପୁର ଜଣେ ଲୋକପ୍ରିୟ ବଲିଉଡ୍ ତାରକା ରହିଥିବାବେଳେ ମା ଶିବାଙ୍ଗି କେହ୍ଲାପୁରୀ ଜଣେ ଥିଏଟର୍ ଆଟିଷ୍ଟ । ଏସବୁ କଥା ତ ଶ୍ରଦ୍ଧାଙ୍କ ବିଷୟରେ ପ୍ରାୟ ସଭିଁଙ୍କୁ ଜଣା ଥିବ । ହେଲେ ଶ୍ରଦ୍ଧାଙ୍କୁ ନେଇ କିଛି ଏପରି କଥା ଅଛି ଯାହା ତାଙ୍କ ଫ୍ୟାନ୍ ମାନେ ଜାଣି ନଥିବେ

ପ୍ରାୟ ସଭିଏଁ ଜାଣିଥିବେ ଯେ, ଶ୍ରଦ୍ଧା ଆଶିକି –ଟୁ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି । ତାଙ୍କର ଆରୋହି କେଶବ ଶିରକେ ଚରିତ୍ର କିଏ ବା ଭୁଲି ପାରିବ । ହେଲେ ଏକଥା ଖୁବ କମ୍ ଲୋକ ହିଁ ଜାଣିଥିବେ, ଯେ ଶ୍ରଦ୍ଧାଙ୍କ ପ୍ରଥମ ଫିଲ୍ମ ଆଶିକି –ଟୁ ନୁହେଁ । ୨୦୧୦ ମସିହାର ଅମିତାଭ୍ ବଚ୍ଚନଙ୍କ ଅଭିନୀତ ଫିଲ୍ମ ତିନ୍ ପତ୍ତିରୁ ଶ୍ରଦ୍ଧା ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି ।

ଶ୍ରଦ୍ଧାଙ୍କ ଅଭିନୟ ଯେପରି ଦମଦାର୍, ତାଙ୍କର ଡ୍ୟାନ୍ସ ସେହିପରି ଆକର୍ଷଣୀୟ । ଖାଲି ସେତିକି ହି ନୁହେଁ ଶ୍ରଦ୍ଧା ଜଣେ ଭଲ ଗାୟିକା ମଧ୍ୟ । ଫିଲ୍ମ ଏକ ଭିଲିୟାନ, ହାଇଦର, ରକଅନ୍ –ଟୁ ଆଦି ଚଳଚ୍ଚିତ୍ରରେ ତାଙ୍କର ଗାୟିକି ଶୁଣିବାକୁ ମିଳିଛି । ଏସବୁ ତ ହେଲା ଶ୍ରଦ୍ଧାଙ୍କ ଅନସ୍କ୍ରିନ୍ ଟ୍ୟାଲେଂଟ୍ । ତେବେ ଅଭିନୟରେ ନିଜ ପାଦ ରଖିବା ପୂର୍ବରୁ ଶ୍ରଦ୍ଧା ଜଣେ ମେଧାବୀ ଛାତ୍ର ରହିଛନ୍ତି । ବଷ୍ଟନ୍ ୟୁନିଭର୍ସିଟି ରେ ପାଠ ପଢିବା ସମୟରେ ସେ ୧୨ ଗ୍ରେଡରେ ଟପର୍ ରହିଛନ୍ତି ।

ବହୁତ ସିମ୍ପଲ୍ ଦେଖା ଯାଉଥିବା ଏହି ବି-ଟାଉନ୍ ଦିବା ଆଡଭେନଚର୍ ସ୍ପୋର୍ଟସକୁ ଖୁବ୍ ପସନ୍ଦ କରନ୍ତି । ଏହା ସହିତ ସେ ଜଣେ ଟ୍ରେନ୍ଡ ଏବଂ ସାର୍ଟିଫାଏଡ୍ ସ୍କୁବା ଡାଇବର୍ ।

Shraddha-Kapoor

ପରଦା ଉପରେ ରୋମାଂଟିକ  ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଖୁବ
ରୋମାଂଟିକ୍ । ତାଙ୍କର ପ୍ରିୟ ଅଭିନେତା ହେଉଛନ୍ତି ହ୍ରିତିକ୍ ରୋସନ୍, ଆଉ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ।

ପର୍ଫେକ୍ଟ ଫିଗର୍ ସହ ଶ୍ରଦ୍ଧା ଦେଖିବାକୁ ଖୁବ ଆଟ୍ରାକ୍ଟିଭ୍ । ହେଲେ ସେ ଫିଗର୍ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଖାଇବାକୁ ଖୁବ୍ ଭଲ ପାଆନ୍ତି । ଆଉ ଗୋଟିଏ କପ୍ ଚାହା ତାଙ୍କୁ ସବୁବେଳେ ଫ୍ରେସ୍ ରଖେ ବୋଲି ଶ୍ରଦ୍ଧା କୁହନ୍ତି ।

ସବୁଥିରେ ପର୍ଫେକ୍ଟ ଥିବା ଅଭିନେତ୍ରୀ ଶ୍ରଦ୍ଧାଙ୍କର ଗୋଟିଏ ୱିକ୍ ପଏଂଟ୍ ମଧ୍ୟ ଅଛି । ଶ୍ରଦ୍ଧା ଘଡଘଡି ଓ ବିଜୁଳିକୁ ଖୁବ୍ ଡରନ୍ତି ।

ସୂଚନା ଅନୁସାରେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କୁ ନେଇ ବ୍ୟାଡମିଣ୍ଟନ ଚମ୍ପିଅନ ସାଇନା ନେହଓ୍ଵାଲଙ୍କ ଜୀବନୀ ଆଧାରିତ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ଯେଉଁଥିରେ ସାଇନା ନେହଓ୍ଵାଲ ଚରିତ୍ର ନିଭାଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ଏହା ଛଡ଼ା ସେ ପ୍ରଭାସଙ୍କ ବିପକ୍ଷରେ ‘ସାହୋ’ରେ ବି ନଜର ଆସିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More