Only for Entertainment

ଶ୍ୱାସ ରୋଗ ଥିଲେ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ କଳା ଜିରା ।

Colorado Boulevard
46

କଳାଜିରାରେ ଥିବା ଭିଟାମିନ୍ସ, ଆମିନୋ ଏସିଡ୍, ଆଇରନ୍, ସୋଡ଼ିୟମ୍, ପୋଟାସିୟମ୍, କ୍ୟାଲ୍ସିୟମ୍, ଏଲ୍କେଲାଇଡ୍ସ ଓ ଭେଲାଟାଇଲ୍ ଭଳି ଅନେକ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ସହିତ ତ୍ୱଚା ସମ୍ପନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।

କଳାଜିରା  ଆସ୍ଥମା ସମସ୍ୟାର ସମାଧାନ କରିଥାଏ । କଳାଜିରାରେ ଥିବା ଆଣ୍ଟି ଇନ୍‌ଫ୍ଲେମେଣ୍ଟୋରୀ, ପୋଟାସିୟମ୍ ଓ ଆଣ୍ଟି ଅକ୍ସିଡେଣ୍ଟ୍ ଶ୍ୱାସନଳୀକୁ ସଫା ରଖିବାରେ ସହାୟକ ହୋଇଥାଏ । ତେଣୁ ଶ୍ୱାସ ନେବାରେ ସହଜ ହୋଇଥାଏ ଏବଂ ଆସ୍ଥମାରୋଗୀଙ୍କୁ ଆରାମ ମିଳିଥାଏ ।

କଳାଜିରାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଯୋଗୁଁ ବ୍ରଣ ସମସ୍ୟା ଦୂର ହୋଇଥାଏ ।

କଳାଜିରା ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇଥାଏ । ଏଥିପାଇଁ କଳାଜିରା ତେଲକୁ ଚାହା କିମ୍ବା ଜୁସ୍ରେ ପକାଇ ପିଇପାରିବେ । କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ରହିଲେ ବ୍ଲଡ୍ପ୍ରେସର୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

କଳାଜିରା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More