Only for Entertainment

ବ୍ଲାକ ୱିଡୋ’ଟ୍ରେଲର ରିଲିଜ , ଆକ୍ସନ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ !

37

ହଲିଉଡ ଅଭିନେତ୍ରୀ ସ୍କାରଲେଟ ଜନସନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ବ୍ଲାକ ୱିଡୋ’ର ଟ୍ରେଲର ରିଲିଜ ହୋଇସାରିଛି । ରିଲିଜ ହେଉ ହେଉ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ୪ଘଂଟା ମଧ୍ୟରେ ୪୦ଲକ୍ଷରୁ ଅଧିକ ଭ୍ୟୁ ଦେଖିବାକୁ ମିଳିଥିଲା ।

ମାର୍ବଲ ଷ୍ଟୁଡିଓର ଅଫିସିଆଲ ଟ୍ୱିଟର ଅକାଉଂଟ ଫିଲ୍ମର ଟ୍ରେଲର ଶେୟାର କରି କହିଛନ୍ତି ଯେ ନିଜ ପୂର୍ବ ସମୟରୁ ସେ ଦୌଡୁଛନ୍ତି । ଦେଖନ୍ତୁ ମାର୍ବଲ ଷ୍ଟୁଡିଓର ବ୍ଲାକ ୱିଡୋର ଟ୍ରେଲର-


୧ମେ’୨୦୨୦ରେ ଥିଏଟରରେ ରିଲିଜ ହେବ ଏହି ଫିଲ୍ମ । ୨ମିନିଟର ଏହି ଟ୍ରେଲର ରେ ସ୍କାରଲେଟ ଜନସନ ଧମାଲ ମଚାଇଦେଇଛନ୍ତି । ବ୍ଲାକ ୱିଡୋରେ ସ୍କାରଲେଟ ୟୋହାନସନ ମୁଖ୍ୟ ଭୂମିକା ତୁଲାଇବେ । ଫିଲ୍ମରେ ନତାଶାଙ୍କ ବ୍ଲାକ ୱିଡୋ ହୋଇଥିବା କାହାଣୀ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ଲୋକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଛନ୍ତି ।
ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବ୍ଲାକ ୱିଡୋଙ୍କ ଭୂମିକା ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଯାହା ପରେ ଏହାକୁ ଆଭେଂଜର୍ସ ସିରିଜରେ ରଖାଯାଇଥିଲା । ବ୍ଲାକ ୱିଡୋ ଆମେରିକାରେ ରିଲିଜ ହେବା ପୂର୍ବରୁ ଭାରତରେ ରିଲିଜ ହେବ । ଭାରତରେ ଏହା ୩୦ଅପ୍ରେଲ ୨୦୨୦ରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲାମ ଏବଂ କନ୍ନଡ ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More