Only for Entertainment

ନୀଳ ରଙ୍ଗ ଦୂର କରିଥାଏ ବାସ୍ତୁ ଦୋଷ, ଜାଣନ୍ତୁ କିପରି ?

indianexpress
85

ଘରେ ଏପରି କିଛି ଜିନିଷ ଥାଏ ଯାହାକୁ ଆମେ ଅଣଦେଖା କରିଥାଉ । କିନ୍ତୁ ଘରର ଏହି ଛୋଟ ମୋଟ ଜିନିଷ ହିଁ ବାସ୍ତୁ ସମସ୍ୟା ସୃଷ୍ଟି କରିଥାଏ । ଯଦି ସମୟ ଥାଇ ଆପଣ ଏହି ଜିନିଷ ଉପରେ ଧ୍ୟାନ ନଦିଅନ୍ତି ତେବେ ଏହା ଆଗକୁ ବଡ ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ ବିଷୟରେ…

ନୀଳ ରଙ୍ଗର ବାଲ୍ଟି ଏବଂ ମଗ୍
ବାସ୍ତୁ ଶାସ୍ତ୍ର ଅନୁସାରେ ବାଥରୁମରେ ନୀଳ ରଙ୍ଗର ବାଲ୍ଟି ଏବଂ ମଗ୍ ରଖିବା ଖୁବ ଲାଭଦାୟକ ହୋଇଥାଏ । ଏପରି କରିବା ଦ୍ୱାରା ଘରେ ଶାନ୍ତି ଏବଂ ଶୁଖ ସମୃଦ୍ଧି ସର୍ବଦା ରହିଥାଏ । ଧ୍ୟାନ ରଖନ୍ତୁ ବାଲ୍ଟି କେବେ ଖାଲି ରଖନ୍ତୁ ନାହୁଁ । ଗୋଟିଏ ମଗ୍ ହେଉ ନା କହିଁକି ବାଲ୍ଟି ରେ ପାଣି ରଖନ୍ତୁ । ଏହା ଦ୍ୱାରା ଘରେ ଧନର ଅଭାବ ହୋଇନଥାଏ ।

ବାଲ୍ଟି ଏବଂ ମଗ୍ ବ୍ୟତିତ ଘରେ ଏପରି ଅନେକ କିଛି ବାସ୍ତୁ ଦୋଷ ରହିଛି ଯାହାକୁ ଧ୍ୟାନ ଦେଇ ଘରର ସ୍ଥିତିକୁ ଆପଣ ସୁଧାରି ପାରିବେ । ଆସନ୍ତୁ ଜାଣିବା ସେହି ବିଷୟରେ କିଛି-

ବାଥରୁମ ସାମ୍ନାରେ ମିରର
ବାଥରୁମର ଠିକ ସାମ୍ନାରେ ଯଦି ମିରର ରଖିଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏବଂ ଘର ପାଇଁ ଅଶୁଭ ହୋଇଥାଏ । ଯଦି ଆପଣ ଗାଧୋଇସାରିବା ପରେ ତୁରନ୍ତ ମିରର ଦେଖନ୍ତି ତେବେ ଏହାର ନେଗେଟିଭ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହା ସହିତ ବାଥରୁମର ଡୋରକୁ ଖୋଲା ଛାଡନ୍ତୁ ନାହିଁ । କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତି ବାଥରୁମରେ ପସିଥାଏ । ସେଥିପାଇଁ ବାଥରୁମ ବ୍ୟବହାର କରିସାରିବା ପରେ ଡୋର ବନ୍ଦ ରଖନ୍ତୁ ।

ପାଣିର ଅଜଥା ଖର୍ଚ୍ଚ-
ପାଣିର ଅଜଥା ଖର୍ଚ୍ଚ କରିବା ଫଳରେ ଧନ ସମ୍ପତି ହାନୀ ହୋଇଥାଏ । ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଲୋକେ ଆବଶ୍ୟକତା ଠାରୁ ଅଧିକ ପାଣି ବ୍ୟବହାର କରିଥାନ୍ତି । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଉପୁଜିଥାଏ ।

ବାଥରୁମ ଏବଂ ଟୟଲେଟ ଏକା ସହିତ
ଆଧୁନିକ ଜୀବନଶୈଳୀ କୁ ନଜରରେ ରଖି ଆଜିକାଲି ଲୋକେ ସ୍ନାନ ଘରେ ଏବଂ ଶୌଚାଳୟକୁ ଲୋକେ ଏକା ସହିତ ନିର୍ମାଣ କରିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ସ୍ନାନ ଘର ଚନ୍ଦ୍ରମା ଏବଂ ଶୌଚାଳୟ ରାହୁର ପ୍ରତୀକ ଅଟେ । ଦୁହେଁ ଏକାଠି ହେବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳୀନ୍ୟ, ବାଦ ବିବାଦ, ରୋଗ ଏବଂ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

କିଚେନ ସାମ୍ନାରେ ବାଥରୁମ-
ଆର୍ଥିକ ସମସ୍ୟାରୁ ବଂଚିବା ପାଇଁ ଠାକୁର ଘର କିମ୍ବା କିଚେନ ସାମ୍ନାରେ ବାଧୁଆଧର ରଖନ୍ତୁ ନାହିଁ । ଏହା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More