Only for Entertainment

ବଲିଉଡର ରାମାୟଣକୁ ମିଳିଲା ରାମ ଓ ସୀତା, ଏହି ସୁପରଷ୍ଟାର ତୁଲାଇବେ ଭୂମିକା !

102

ପରଦାରେ ଏକାଠି ନଜର ଆସିବେ ଗ୍ରୀଗ୍ ଗଡ୍ ହ୍ରିତିକ୍ ରୋଶନ୍ ଓ ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋଣ । ଶୁଣିବାକୁ ମିଳୁଛି ବଲିଉଡରେ ପ୍ରସ୍ତୁତ ହେବାକୁ ଥିବା ମାଇଥୋଲଜିକାଲ୍ ଫିଲ୍ମ ରାମାୟଣରେ ହ୍ରିତିକ୍ ଓ ଦୀପିକାଙ୍କୁ ରାମ ଓ ସୀତା ଚରିତ୍ରରେ ଦେଖିବାକୁ ମିଳିବ । ଏଭଳି ଏକ ଖବର ମାୟାନଗରୀରେ ବେଶ ଚହଳ ସୃଷ୍ଟି କରିଛି ।

ଶୁଣିବାକୁ ମିଳୁଛି ଯେ ଦଙ୍ଗଲ୍ ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରୀ, ରାମାୟଣ କଥାବସ୍ତୁ କୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଲକ୍ଷ ରଖିଛନ୍ତି । ଆଉ ଏଥିପାଇଁ ସେ ସ୍କ୍ରିପ୍ଟିଂ କାମ ମଧ୍ୟ ସାରିଲେଣି । ଯେତେବେଳେ ଏହି ସ୍କ୍ରିପ୍ଟ ସେ ଅଭିନେତା ହ୍ରିତିକ୍ ରୋଶନଙ୍କୁ ଶୁଣାଇଲେ ସେ ତୁରନ୍ତ ରାମ ଚରିତ୍ର କରିବା ପାଇଁ ରାଜି ହୋଇ ଯାଇଥିଲେ ।

ଆଉ ସୀତା ଚରିତ୍ର ପାଇଁ ନିତେଶ ଦୀପିକା ପାଦୁକୋଣଙ୍କୁ ଆପ୍ରୋଚ୍ କରିବେ ବୋଲି କହିଛନ୍ତି । ସିନେମାଟି ନିତେଶଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବାବେଳେ, ଏଥିପାଇଁ ୫୦୦ କୋଟିର ବଜେଟ୍ ଧାର୍ଯ୍ୟ କରାଯାଇଛି । ସିନେମାଟି ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More