Only for Entertainment

Friendship Day: ବନ୍ଧୁଙ୍କୁ ଉପହାର ଦେବା ପାଇଁ ଚିନ୍ତା କରୁଛନ୍ତି କି ? କମ ପଇସାରେ ଦିଅନ୍ତୁ ଏହି ୫ଟି ଉପହାର

google
150

ରାତି ପାହିଲେ ଫ୍ରେଣ୍ଡସିପ ଡେ’ । ଏହି ଦିନରେ ନିଜ ବନ୍ଧୁଙ୍କୁ ଖାସ ଫିଲ କରାଇବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ସାଙ୍ଗମାନଙ୍କ ସହିତ ବୁଲାବୁଲି କରି ଟାଇମ ସ୍ପେଣ୍ଡ କରି ଗିଫ୍ଟ ଦେଇ ଏହି ଦିନକୁ ସମସ୍ତେ ପାଳନ କରିଥାନ୍ତି । ଯଦି ଆପଣ ମଧ୍ୟ ନିଜ ବନ୍ଧୁଙ୍କୁ ଉପହାର ଦେବା ପାଇଁ ଚିନ୍ତା କରୁଛନ୍ତି ତେବେ କନଫ୍ୟୁଜ ନହୋଇ ନିଜ ପ୍ରିୟ ବନ୍ଧୁଙ୍କୁ ଏହି ଉପହାର ଦିଅନ୍ତୁ । ସବୁଠାରୁ ବଡ କଥା ହେଉଛି ଏହି ସମସ୍ତ ଗିଫ୍ଟ ପାଇଁ ଆପଣଙ୍କୁ ବେଶୀ ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ ଏବଂ ଏହା ଆପଣଙ୍କୁ ବନ୍ଧୁ କିମ୍ବା ବାନ୍ଧବୀଙ୍କୁ ଖୁବ ପସନ୍ଦ ଆସିବ ।

  • ଫଟୋ ଆଲବମ-
    ନିଜ ପ୍ରିୟ ବନ୍ଧୁଙ୍କୁ ମହଙ୍ଗା ଉପହାର ବଦଳରେ ଫଟୋ ଆଲବମ ଗିଫ୍ଟ କରିପାରିବେ । ଏହି ଆଲବମରେ ଆପଣ ନିଜ ବନ୍ଧୁଙ୍କ ସହିତ ବିତାଇଥିବା ସ୍ପେଶାଲ ମୂହୁର୍ତ୍ତକୁ ରଖିପାରିବେ । ଏହାକୁ ଦେଖି ଆପଣଙ୍କ ପୁରୁଣା ସ୍ମୃତି ତାଜା ହୋଇଯିବ । ଏହା ସହିତ ପ୍ରତ୍ୟେକ ଫଟୋରେ ଆପଣ କ୍ୟାପସନ ଦେଇପାରିବେ । ଏହା ଆପଣଙ୍କ ବନ୍ଧୁଙ୍କୁ ସ୍ପେଶାଲ ଫିଲ କରାଇବ ।
  • କଫି ମଗ୍-
    କଫି ମଗ୍ ରେ ଆପଣ ଏବଂ ଆପଣଙ୍କ ବନ୍ଧୁର ଫଟୋ ଲଗାଇ ଗିଫ୍ଟ କରିପାରିବେ । ଏହା ବଜେଟରେ ହେବା ସହିତ ଆପଣଙ୍କ ବନ୍ଧୁଙ୍କୁ ଖୁବ ପସନ୍ଦ ଆସିବ । କାରଣ ମଗ୍ ଦେଖିଲେ ଆପଣଙ୍କ ବନ୍ଧୁ ଆପଣଙ୍କୁ ମନେ ପକାଇବେ ।
  • ବ୍ଲୁଟୁଥ ସ୍ପିକର-
    ଯଦି ଆପଣଙ୍କ ବନ୍ଧୁ ଗୀତ ଶୁଣିବାକୁ ପସନ୍ଦ କରନ୍ତି ତେବେ ଆପଣ ତାଙ୍କୁ ବ୍ଲୁଟୁଥ ସ୍ପିକର ଉପହାରରେ ଦେଇପାରିବେ । ଏବେ ବଜାରରେ ବିଭିନ୍ନ ବ୍ରାଣ୍ଡର ବ୍ଲୁଟୁଥ ସ୍ପିକର ଉପଲବ୍ଧ ହେଉଛି ଏବଂ ଏହାର କ୍ରେଜ ମଧ୍ୟ ରହିଛି । ଏହା ସବୁଠାରୁ ଭଲ ଗିଫ୍ଟ ହେବ ।
  • ମେକଅପ ପ୍ରଡକ୍ଟସ୍-
    ଯଦି ଆପଣଙ୍କ ବାନ୍ଧବୀ ମେକଅପ କରିବା ପାଇଁ ପସନ୍ଦ କରନ୍ତି ତେବେ ଆପଣ ତାଙ୍କୁ ମେକଅପ କିଟ ଉପହାର ଦେଇପାରିବେ । ଏହା ତାଙ୍କୁ ଖୁବ ପସନ୍ଦ ଆସିବ ।
  • ଡେଲି ୟୁଜ ଜିନିଷ-
    ଆପଣ ନିତ୍ୟଦିନ ବ୍ୟବହାର ଜିନିଷ ମଧ୍ୟ ଗିଫ୍ଟ କରିପାରିବେ । ଯେପରି ଡାୟରୀ, ଘଣ୍ଟା, ଷ୍ଟାଇଲିସ କ୍ୟାଣ୍ଡେଲ, ଫ୍ୟାଶନ ଜୁଏଲରୀ ଇତ୍ୟାଦି । ଏହା ସେ ପ୍ରତ୍ୟେକ ଦିନ ବ୍ୟବହାର କରିବା ସମୟରେ ଆପଣଙ୍କୁ ମନେ ପକାଇବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More