Only for Entertainment

ତମନ୍ନା ଭାଟିୟା ପ୍ରକାଶ କଲେ ନିଜର ଇଚ୍ଛା, ଶ୍ରୀଦେବୀଙ୍କ ବାୟୋପିକରେ କରିବାକୁ ଚାହୁଁଛନ୍ତି ଅଭିନୟ !

21

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ପରେ ଆଜି ମଧ୍ୟ ତାଙ୍କ ଫ୍ୟାନ୍ସଙ୍କର କମ ନାହାନ୍ତି । ଶ୍ରୀଦେବୀଙ୍କ ପ୍ରଶଂସକଙ୍କ ତାଲିକା ଖୁବ ଲମ୍ବା । ଏବେ ଏଥିରେ ଆଉ ଏକ ନାଁ ଯୋଡି ହୋଇଛି । ଅଭିନେତ୍ରୀ ତମନ୍ନା ଭାଟିୟାଙ୍କ କହିବା ମୁତାବକ ସେ ବଡ ପରଦାରେ ଶ୍ରୀଦେବୀଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହୁଁଛନ୍ତି । ତମନ୍ନା ଭାଟିୟା କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ଖବର ଶୁଣିବାକୁ ମିଳିଥିଲା ଯେ ସେ ବିବାହ କରିବାକୁ ଯାଉଛନ୍ତି ଯାହାକୁ ନେଇ ଚର୍ଚ୍ଚା ଚାରିଆଡେ ଜୋର ଧରିଥିଲା ।

ତମନ୍ନାଙ୍କ କହିବା ମୁତାବକ ସେ ପିଲାଦିନରୁ ଶ୍ରୀଦେବୀଙ୍କ ଫ୍ୟାନ ଥିଲେ । ଏହି କାରଣରୁ ସେ ବାୟୋପିକ ରେ ଅଭିନୟ କରିବାକୁ ଚାହୁଁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ତମନ୍ନା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନରେ ଦୁଃଖ ପ୍ରକାଶ କରି ପୋଷ୍ଟ ଶେୟାର କରିଥିଲେ ଏବଂ ଶ୍ରଦ୍ଧାଂଜଳୀ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More